Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ୬ଟି ଲୋକସଭା ଅନ୍ତର୍ଗତ ଓ ୪୨ ବିଧାନସଭା ଆସନରେ ପାଇଁ ଭୋଟ ଗ୍ରହଣ : ସୁରୁଖୁରୁ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି

22/04/2019 at 9:23 AM

ଭୁବନେଶ୍ୱର ୨୨/୪ : ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ହେବ ଭୋଟ ଗ୍ରହଣ । ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ କରାଯିବ । ୧୦ ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ମତଦାତାଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଓ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଏବଂ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

୬ ଟି ଲୋକସଭା ଆସନ ପାଇଁ ୬୧ ପ୍ରାର୍ଥୀ ଓ ୪୨ ବିଧାନସଭା ଆସନ ପାଇଁ ୩୫୬ ପ୍ରାର୍ଥୀ ମୈଦାନରେ ଅଛନ୍ତି । ୬୧ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ସେହିପରି ୩୫୬ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି । ୪୨ ଟିରୁ ୩୫ ବିଧାନସଭା ଆସନରେ ସକାଳ ୭ ଟାରୁ ସଂଧ୍ୟା ୬ ଟା ଯାଏ ମତଦାନ ଚାଲିବ । ସୁରକ୍ଷା ଦୃଷ୍ଟିରୁ ମାଓ ଅଧ୍ୟୁଷିତ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନଳର ୭ ଟି ବିଧାନସଭା ଆସନରେ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ । ଇଭିଏମ, ଭିଭିପାଟ ସହ ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ ଟିମ୍ । ପ୍ରତି ବୁଥରେ ୬ ଜଣ ପୋଲିଂ କର୍ମଚାରୀ ରହିବେ । ୨୯୯ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । କିଭଳି ସୁରୁଖୁରୁରେ ମତଦାନ ହେବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

   Related Posts