ଶେଷ ହେଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ୧୧୭ଟି ଲୋକସଭା ଆସନରେ ଭୋଟର ସାବ୍ୟସ୍ଥ କଲେ ମତାଧିକାର, ପଶ୍ଚିମବଙ୍ଗ ମୁର୍ସି୍ଦାବାଦ ଭଳି ସ୍ଥାନରେ ହିଂସା ଯୋଗୁଁ ମତଦାନ ବନ୍ଦ

Published By : Prameya-News7 Bureau | April 23, 2019 IST

ଭୁବନେଶ୍ବର ୨୩|୪: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୧୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ୧୧୭ଟି ଲୋକସଭା ଆସନରେ ଭୋଟର ନିଜର ମତଦାନ ସାବ୍ୟସ୍ଥ କରିଛନ୍ତି । ଦେଶବ୍ୟାପୀ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ସରିଥିବା ବେଳେ ପଶ୍ଚିମବଙ୍ଗ ମୁର୍ସି୍ଦାବାଦ ଭଳି ସ୍ଥାନରେ ହିଂସା ଯୋଗୁଁ ମତଦାନ ବନ୍ଦ ହୋଇଛି ।

{"id":106499}

ଆଉ କେତେକ ସ୍ଥାନରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବାଧାପ୍ରାପ୍ତ ହୋଇଥିଲା । ସେପଟେ ଏହି ପର୍ଯ୍ୟାୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବହୁ ହେଭିୱେଟ ମତଦାନ ଦେଇଥିବା ବେଳେ ବଛା ବଛା ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଯାଇଛି ।

{"id":106500}

୧୧୭ଟି ଲୋକସଭା ଆସନରେ ୧୬୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ । ପଶ୍ଚିମବଙ୍ଗରେ ମୁର୍ସିଦାବାଦ ରାନୀନଗର ବୁଥରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ନେଇଛି ।  

{"id":106501,"align":"center","width":534,"height":377}

ଏପରିକି ବୁଥରେ ମତଦାନ ଚାଲିଥିବା ବେଳେ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ। ଏଥିରେ ଜଣେ ଭୋଟରଙ୍କ ମୃତ୍ୟୁ ହୋଇଛି। ୩ ଟିଏମ୍‌ସି କର୍ମଚାରୀ ଆହତ ହୋଇଛନ୍ତି।  

{"id":106507,"align":"center"}

ସେହିପରି ଦକ୍ଷିଣ ମାଲଦା ନିର୍ବାଚନମଣ୍ଡଳୀ କାଲିଆଚକ୍‌ ଅଞ୍ଚଳରେ ପୋଲିଂ ବୁଥ୍‌ ଉପରକୁ ବୋମାମାଡ଼ ହୋଇଛି । ଘଟଣା ପରେ ଏସବୁ ବୁଥରେ ଭୋଟିଂ ବନ୍ଦ କରାଯିବା ସହ ଛାନଭିନ କରୁଛି ପୋଲିସ ।

{"id":106502}

 ତୃତୀୟ ପର୍ଯ୍ୟାୟରେ ଅନେକ ବରିଷ୍ଠ ନେତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ରାନିପାରେ ଭୋଟ ଦେବା ସହିତ ନିଜ କାଳିଲଗା ଆଙ୍ଗୁଠି ଦେଖାଇଥିଲେ।  

{"id":106503}

ଏହା ପୂର୍ବରୁ ମୋଦି ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନକୁ ଯାଇ ମା ହୀରାବେନ୍‌ଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ଭୋଟ ଦେବା ପରେ ମୋଦି କହିଥିଲେ ଗଣତନ୍ତ୍ରର ପରିଚୟ ହେଉଛି ମତଦାତାଙ୍କ ପରିଚୟ ।

{"id":106504,"align":"center","width":520,"height":369}

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗାନ୍ଧିନଗର ଆସନରୁ ପ୍ରାର୍ଥୀ ଅମିତ ଶାହା ଅହମଦାବାଦର ରାଣିପସ୍ଥିତ ବୁଥରେ ମତଦାନ କରିଛନ୍ତି। ବିଜେପିର ବରିଷ୍ଠ  ନେତା ଲାଲକୃଷ୍ଣ ଆଡଭାନୀ, କଂଗ୍ରେସ ନେତା ଶଶୀ ଥରୁର, ସମାଜବୂାଦୀ ପାର୍ଟି ନେତା ମୁଲାୟ ସିଂହ ଯାଦବ ପ୍ରମୁଖ ମତଦାନ କରିଛନ୍ତି ।

{"id":106505,"align":"center","width":555,"height":387}

ଗୁଜୁରାଟ ଗାନ୍ଧିନଗର ଆସନରେ ବିଜେପି ସଭାପତି ଅମିତ ଶାହ, କେରଳ ୱାଇନାଡରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ ଏବଂ ଆରଜେଡି ନେତା ଶରଦ ଯାଦବ ଭଳି ହେଭିୱେଟ ନେତା ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ।  

{"id":106506,"align":"center","width":564,"height":374}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.