Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର : ସଂଧ୍ୟା ୬ଟା ପରେ ପ୍ରଚାର ବନ୍ଦ

21/04/2019 at 7:56 AM

ଭୁବନେଶ୍ବର ୨୧/୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଅପରାହ୍ନରେ ସରିବ ପ୍ରଚାର । ଆଜି ସଂଧ୍ୟା ୬ଟା ପରେ ବନ୍ଦ ହେବ ପ୍ରଚାର । ସେଥିପାଇଁ ପ୍ରାର୍ଥୀମାନେ ସଂଧ୍ୟା ପର୍ଯ୍ୟନ୍ତ ଫୁଲ ଦମ୍ ରେ ପ୍ରଚାର କରିବେ । ଆଜି ସଂଧ୍ୟାରୁ ଯଦିଓ ପ୍ରାର୍ଥୀମାନେ ଖୁଲମଖୁଲା ପ୍ରଚାର କରିପାରିବେନି କି ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବେନି । ତେଣୁ ଆଜି ସବୁ ଅଞ୍ଚଳରେ ଯେପରି ଥରଟିଏ ହେଉ ପଛେ ପ୍ରଚାର ଗାଡ଼ି ବୁଲିବ ଏବଂ ଦଳର ଜଣେ ନେତା ବୁଲି ବୁଲି ଭୋଟ୍ ଦେବାକୁ ଅନୁରୋଧ କରିବେ ।

ଗତକାଲି ପ୍ରାର୍ଥୀମାନେ ପଦଯାତ୍ରା, ବାଇକ୍ ଶୋଭାଯାତ୍ରା, ଖୋଲା ଜିପ୍ ରେ ବୁଲି ବୁଲି ପ୍ରଚାର କରିଛନ୍ତି । ପ୍ରଚାର ସରିବାକୁ ଆଉ କେଇ ଘଣ୍ଟା ଥିବାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ବସ୍ତି, କଲୋନି, ପଞ୍ଚାୟତ ସବୁ ଅଞ୍ଚଳରେ ବୁଲି ବୁଲି ପ୍ରଚାର କରିଛନ୍ତି ।

ଯେଉଁଠିକୁ ନିଜେ ଯାଇ ପାରିନାହାନ୍ତି ସେଠାକୁ ଅନ୍ୟ ନେତା, ସମର୍ଥକଙ୍କୁ ପଠାଇ ପ୍ରଚାର କରିଛନ୍ତି । ଆସନ୍ତା ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ ଟି ଲୋକସଭା ଏବଂ ୪୨ ଟି ବିଧାନସଭା ପାଇଁ ହେବ ଭୋଟ । ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରରେ ଭୋଟ ଗ୍ରହଣ ହେବ ।

   Related Posts