Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ପ୍ରିୟଙ୍କା ଓ ସୁଚିତ୍ରାଙ୍କ ପରେ ରାଜଲକ୍ଷ୍ମୀ, କଟକ ବଡ ଡାକ୍ତରଖାନାରେ ହେବ ଆଉ ଏକ କିଡନୀ ପ୍ରତିରୋପଣ

5/03/2020 at 1:54 PM

ଭୁବନେଶ୍ବର ୫।୩: ଏକ ମାସ ମଧ୍ୟରେ ରାଜ୍ୟରେ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ । ପ୍ରିୟଙ୍କା, ସୁଚିତ୍ରାଙ୍କ ପରେ ରାଜଲକ୍ଷ୍ମୀଙ୍କ ଶରୀରର କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ବୁଧବାର ରାତିରେ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ରାଜଲକ୍ଷ୍ମୀ ଦାସଙ୍କୁ ବ୍ରେନ୍ ଡେଡ୍ ମୃତ୍ୟୁ ହୋଇଥିଲା । ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ଅଙ୍ଗଦାନ ପାଇଁ ପରିବାରର ନିଷ୍ପତ୍ତି ନେଇଥିଲେ । ଏହାପରେ ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ସଫଳତାର ସହ କିଡନୀ କଢାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସସିବିକୁ ପଠାଯାଇଛି । ସେଠାରେ ୨ ରୋଗୀଙ୍କଠାରେ କିଡନୀ ପ୍ରତିରୋପଣ କରାଯିବ । ଏସସିବିରେ ଚିକିତ୍ସାଧୀନ ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀ ମହନ୍ତ ଏବଂ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ରାଜଲକ୍ଷ୍ମୀଙ୍କ କିଡନୀ ପ୍ରତିରୋପଣ କରାଯିବ ।

ଗତ ୨ ତାରିଖରେ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ଦାସ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପରିବାର ଲୋକ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା । ଗତକାଲି ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ।

ପରିବାର ଲୋକ ରାଜଲକ୍ଷ୍ମୀଙ୍କ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେବା ପରେ ବିଳମ୍ବିତ ରାତିରେ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲା। ଏସସିବିର ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଡାକ୍ତର ଦଳ ହାଇଟେକରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ଶରୀରରୁ କିଡନୀ କାଢ଼ିଥିଲେ । ଏହାପରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସସିବିକୁ ପଠାଯାଇଛି ।

   Related Posts