Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ତୃତୀୟ ଥର ପାଇଁ ଥରିଲା ଆସାମ, ଭୟରେ ବାହାରକୁ ଦୌଡ଼ି ଆସିଲେ ଲୋକେ

1/05/2021 at 10:35 PM

ଗୌହାଟି ୦୧।୦୫: ତୃତୀୟ ଥର ପାଇଁ ପୁଣି ଭୁକମ୍ପରେ ଥରିଲା ଆସାମ । ୫ ଦିନ ମଧ୍ୟରେ ତିନିରୁ ଅଧିକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଶନିବାର ସନ୍ଧ୍ୟାରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଆସାମର ତେଜ୍‌ପୁରରେ ଏହି ଝଟ୍‌କା ଅନୁଭବ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୩.୩ ମପାଯାଇଛି । ଏହାର କେନ୍ଦ୍ର ତେଜ୍‌ପୁର ଠାରୁ ୪୦ କିମି ଦୂରରେ ହୋଇଥିବା ଜଣାପଡ଼ିଛି । ଲଗାତାର ଆସୁଥିବା ଏହି ଭୂକମ୍ପକୁ ନେଇ ଲୋକେ ଭୟଭୀତ ରହିଥିବା ଜଣାପଡ଼ିଛି ।  

ଗତ ଗୁରୁବାର ଦ୍ୱିତୀୟ ଥର ପାଇଁ ଭୂକମ୍ପ ହୋଇଥିଲା । ଏହାର ପ୍ରଥମ ଝଟ୍‌କା ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ଝଟ୍‌କା ୨.୩୮ମିନିଟରେ ହୋଇଥିଲା । ସେହିପରି ରାତି ୧.୨୦ ମିନିଟରେ ଆସିଥିବା ଭୁକମ୍ପ ଝଟ୍‌କାର ତିବ୍ରତା ସବୁଠାରୁ ଅଧିକ ବୋଲି ରେକର୍ଡ କରାଯାଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଥିଲା ।

ସେହିପରି ରାତି ୧୨ଟା ପରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ପ୍ରଥମ ୧୨.୨୪ମିନିଟ୍‌, ୧.୧୦ ମିନିଟ, ୧.୨୦ ମିନିଟ୍‌, ୧.୪୧ ମିନିଟ୍‌, ୧.୫୨ ମିନିଟ୍‌ ଏବଂ ୨.୩୮ ମିନିଟରେ ଝଟ୍‌କା ଆସିଥିଲା । ସମସ୍ତ ଭୂକମ୍ପର ତିବ୍ରତା ୪.୬, ୨.୭ , ୨.୩ ଏବଂ ୨.୭ ମଧ୍ୟରେ ରହିଥିଲା ।

ଏହାପୂର୍ବରୁ ବୁଧବାର ଦିନ ଅନେକ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ବୁଧବାର ସକାଳ ୭.୫୧ ମିନିଟରେ ଆସାମରେ ୬.୪ ତୀବ୍ରତାର ଭୂକମ୍ପ ଝଟ୍‌କା ହୋଇଥିଲା । ତେଜପୁର ଭୂକମ୍ପର କେନ୍ଦ୍ର ଥିଲା ବୋଲି କୁହାଯାଉଥିଲା । ଭୂକମ୍ପ ଝଟକା ଏତେ ତୀବ୍ର ଥିଲା ଯେ ବିହାର ଓ ଉତ୍ତର ବଙ୍ଗଳାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକାରେ କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଛି ତ କେଉଁଠି ବଡ ବଡ କୋଠା ବଙ୍କା ହୋଇଯାଇଥିଲା। ଆସାମରେ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପରେ କେବଳ ରାସ୍ତାଘାଟ, କୋଠା, ଘର ହିଁ ଭାଙ୍ଗିନାହିଁ ବରଂ ରାଜ୍ୟର ଉଦଲଗୁରୀ ପାହାଡ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ।

   Related Posts