ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶରୁ ୭୫ମିଟର ଉଚ୍ଛେଦ କାର୍ଯ୍ୟ ଜାରି : ତୃତୀୟ ଦିନରେ ସାନଛତା ମଠ ଭଙ୍ଗା
14/12/2019 at 10:34 AM

ପୁରୀ ୧୪/୧୨: ଶ୍ରୀମନ୍ଦିର ଚତୁଃପାର୍ଶରୁ ୭୫ମିଟର ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଆଜି ସାନଛତା ମଠ ଭଙ୍ଗା ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏହି ଉଚ୍ଛେଦ କାର୍ଯ୍ୟ ପାଇଁ ସିଂହଦ୍ୱାରରୁ ଦୋଳମଣ୍ଡପ ସାହି ଯାଏ ରାସ୍ତା ସିଲ୍ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସେପଟେ ସ୍ବର୍ଗଦ୍ବାରରେ ମଧ୍ୟ ଉଛେଦ କାମ ଚାଲିଛି । ଶ୍ରୀକ୍ଷେତ୍ର ସହ ଏକାମ୍ର କ୍ଷେତ୍ରକୁ ମଧ୍ୟ ନୂଆ ରୂପ ଦେବାକୁ ଯୋଜନା କରାଯାଇଛି ।

ଏଥିଲାଗି ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ ଚାଲିଛି । ଆଜି ମନ୍ଦିର ପାଖରେ ଥିବା ଜବରଦଖଲ ଉଚ୍ଛେଦ କରାଯିବ । ମନ୍ଦିରର ନବୀକରଣ ଓ ବିକାଶ ପାଇଁ ବିଏମସି ଏହି ଉଚ୍ଛେଦ ଚାଲିଛି । ଦୁଇ ଦିନ ତଳେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବୁଲଡ଼ୋଜର ଫେରି ଯାଇଥିଲା।

ତେବେ ମୁଖ୍ୟମନ୍ତ୍ରୀ ଥଇଥାନ ପ୍ୟାକେଜ ଘୋଷଣା କରିବା ପରେ ଗତକାଲିଠୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏପଟେ ସ୍ଥାନୀୟ ବ୍ୟବସାୟୀ ସଂଘ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ସାକ୍ଷାତ କରିଛନ୍ତି ।