ନକ୍ସଲ ଶିବିରରେ ଗୁରୁପ୍ରିୟା କମ୍ପନ

Published By : Prameya-News7 Bureau | July 30, 2018 IST

ସହିଦ ସପ୍ତାହ ର ୩ ୟ ଦିନରେ ଚିତ୍ରକୋଣ୍ଡା ବ୍ଲକ ର ପାପଲୁର ପଞ୍ଚାୟତ କୁର୍ମାନୁର ଛକ ଠାରେ ସହିଦ ସପ୍ତାହ ପାଳିତ ହୋଇଯାଇଛି ।ଜଙ୍ଗଲ ମଧ୍ୟରେ ଥିବା ସହିଦ ସ୍ତମ୍ଭ ରେ ବଡ ନାଲି ରଙ୍ଗର ପତାକା ଉଡୁଥିବାର ଦେଖିବାକୁ ମିଳିଛି । ମାଓ ସଙ୍ଗଠନରେ ସହିଦ ହୋଇଥିବା ପୁନମଚନ୍ଦ୍ର ଙ୍କ ସ୍ମୃତିରେ ସ୍ତପ ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନକ୍ସଲ ପନ୍ଥୀ । ମୁଖ୍ୟ ମନ୍ତ୍ରୀ ଗୁରୁପ୍ରିୟା ସେତୁ ର ଲୋକାର୍ପିତ ହେବାର କିଛି ଘଣ୍ଟା ପରେ ଲାଲକରିଡର ମଧ୍ୟରେ ଆରମ୍ଭ ହୋଇଯାଇଛି ନକ୍ସଲଙ୍କ ପ୍ରଜା ମେଳି । ମେଳି ରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ଦ୍ୱାରା ବିଛିନ୍ନାଂଚଳ ର ବିକାଶ ନହୋଇ ବରଂ ବିଛିନ୍ନାଂଚଳ ମଧ୍ୟରେ ଥିବା ଖଣିଜ ସମ୍ପଦ ଉପରେ ନିଜର ଅଧିପତ୍ୟ ଜମେଇବା ପାଇଁ ସରକାର ଏହା ଏକ ଚୋରା ରାସ୍ତା ତିଆରି କରାଯାଇଛି ବୋଲି ମାଓ ସମ୍ପାଦକ ପ୍ରକାଶ କରିଛନ୍ତି ଶତାଧିକ ଲୋକଙ୍କ ସାମ୍ନାରେ । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତର କିଛି ଘଣ୍ଟା ମଧ୍ୟରେ ମାଓ ବାଦୀଙ୍କ ମେଳି ନିଜର ସ୍ଥିତି ଜାହିର କରିବା ପାଇଁ ପ୍ରୟାସ କରାଯାଉଥିବାର ଅନୁମାନ କରାଯାଉଛି ।ଚିତ୍ରକୋଣ୍ଡା,କୁର୍ମାନୁର,ପାପଲୁର,ଯୋଡ଼ାମ୍ବ,ପଣସପୁଟ,ରାଲେଗଡ଼ା ପଂଚାୟତ ରେ ବ୍ୟାନର ପୋଷ୍ଟର ମାରି ମାଓବାଦୀ ଙ୍କ ସହିଦ ସପ୍ତାହରେ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ନକ୍ସଲପନ୍ଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.