ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନିଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି
19/03/2019 at 4:06 PM

କେନ୍ଦୁଝର ୧୯/୩: ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ଗ୍ରାମର ଗୋଟିଏ ପରିବାରର ତିନିଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଗୁରୁତର ତିନିଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗୁରୁତର ତିନିଜଣ ହେଲେ ମିରିଗିଖୋଜି ଗ୍ରାମର ଦୁଇ ନାତୁଣୀ ଓ ଜେଜେମା ।

ଗୁରୁତର ଜେଜେମା ଦିନରେ ଜଙ୍ଗଲରୁ ଛତୁ ଆଣି ସନ୍ଧ୍ୟାରେ ରୋଷେଇ କରିଥିଲେ । ଏହାକୁ ଦୁଇ ନାବାଳିକା ନାତୁଣୀଙ୍କ ସହ ଖାଇବାରୁ ଅସୁସ୍ଥ ଅନୁଭବ କରିଥିଲେ । ପରେ ଗୁରୁତର ହେବାରୁ ପ୍ରଥମେ ପାଟଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏବେ ଏମାନଙ୍କର ଚିକିତ୍ସା ଜାରି ରହିଛି ।