Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ନୂତନ ଜ୍ଞାନ କୌଶଳ ସାହାଯ୍ୟରେ ତିଆରି କରାଗଲା ମୃତକଙ୍କ ନୂଆ ମୁହଁ: ହତ୍ୟାକାରୀ ସମ୍ପୂର୍ଣ ନଷ୍ଟ କରିଦେଇଥିଲେ ଚେହେରା

29/03/2019 at 5:42 PM

ମୁମ୍ବାଇ ୨୯/୩ : ମୁମ୍ବାଇ ପୋଲିସ ଏକ ଶବ ଚିହ୍ନଟ ପାଇଁ ଉନ୍ନତ ଧରଣର ଫରେନସିକ ଜ୍ଞାନ କୌଶଳ ବ୍ୟବହାର କରିଛି | ଜାନୁଆରୀ ୨୭ ତାରିଖରେ ପୋଲିସ ମୁଣ୍ଡୁଲ ଇଷ୍ଟର୍ନ ଏକ୍ସପ୍ରେସ ରାଜପଥରୁ ଏକ ଶବ ଉଦ୍ଧାର କରିଥିଲା | ଶବର ମୁହଁ ସମ୍ପୂର୍ଣ ନଷ୍ଟ କରାଯାଇଥିଲେ | ହତ୍ୟାକାରୀମାନେ ପୀଡିତଙ୍କ ମୁହଁକୁ ସମ୍ପୂର୍ଣ ନଷ୍ଟ କରିଦେଇଥିଲେ | ଯାହାଫଳରେ ଶବକୁ ଚିହ୍ନିବା କଷ୍ଟକର ହୋଇଯାଇଥିଲା |


ମୁମ୍ବାଇ ପୋଲିସ ଶବ ଚିହ୍ନଟ ପାଇଁ ସମସ୍ତ ପ୍ରକାର ପାରମ୍ପରିକ ଉପାୟ ଅବଲମ୍ବନ କରିସାରିଥିଲା | ମୁମ୍ବାଇ ଏବଂ ଆଖପାଖ ଅଂଚଳର ସମସ୍ତ ନିଖୋଜ ଲୋକଙ୍କ ରେକର୍ଡ ମଧ୍ୟ ଘାଣ୍ଟି ଥିଲା ପୋଲିସ | ତଥାପି କୌଣସି ସୁରାକ ପାଇନଥିଲା | ଫଳରେ ପୋଲିସ କେଇଏମ ହସ୍ପିଟାଲର ଫରେନସିକ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥିଲେ |


ଫରେନସିକ ବିଭାଗର ଡାକ୍ତର ହରିଶ ପାଠକଙ୍କ ନେତୃତ୍ୱରେ ହସ୍ପିଟାଲର ଫରେନସିକ ବିଭାଗ ତରଫରୁ ମୃତକଙ୍କ ଚେହେରାକୁ ରି-କଂସଟ୍ରକ୍ଟ କରିବା ପାଇଁ ସୁପର ଇମ୍ପୋଜିସନ ଜ୍ଞାନ କୌଶଳ ବ୍ୟବହାର କରିଥିଲେ | ଆଡ଼ଭାନ୍ସ ଜ୍ଞାନ କୌଶଳ ସାହାଯ୍ୟରେ ଫରେନସିକ ଟିମ ମୃତକଙ୍କ ମୁହଁକୁ ପୁଣିଥରେ ତିଆରି କରି ପଠାଇଥିଲେ | ଏଥିରେ ମୁହଁର ଥୋଡି, ହାଡ, ନାକ ଏବଂ ତ୍ୱଚାକୁ ବ୍ୟବହାର କରାଯାଇଥିଲା |


ଭିଡିଓ ସର୍ଭିଲାନ୍ସ ସିଷ୍ଟମ ଜରିଆରେ 2D-3D ସୁପର ଇମ୍ପୋଜିସନ ଜ୍ଞାନ କୌଶଳରୁ ଶବ ଚିହ୍ନଟ କରାଯାଇଥାଏ | କିନ୍ତୁ ବର୍ତ୍ତମାନ ନୂଆ ଜ୍ଞାନ କୌଶଳ ସାହାଯ୍ୟରେ ମସ୍ତିସ୍କ ଏବଂ ହାଡର ଗଠନ ସାହାଯ୍ୟରେ ମୁହଁକୁ ପୁଣିଥରେ ତିଆରି କରାଯାଉଛି |ଏହି ମୁହଁକୁ ମୁମ୍ବାଇ ଏବଂ ଆଖପାଖ ଅଂଚଳର ସମସ୍ତ ପୋଲିସ ଷ୍ଟେସନକୁ ପଠାଇ ଦିଆଯାଇଛି | ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ଏହି ଫଟୋ ପଠାଯାଇଛି |

   Related Posts