ରାଜ୍ୟରେ ଚିହ୍ନଟ ହେଲେ ୩୯୯୬ କରୋନା ସଂକ୍ରମିତ,୧୪୩୧୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | September 11, 2020 IST

ଭୁବନେଶ୍ୱର ୧୧।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୫୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୬୩୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦୯ଜଣ, ବରଗଡ଼ ଜିଲ୍ଲାରୁ ୯୭ଜଣ, ଭଦ୍ରକ ଜିଲ୍ଲାରୁ ୧୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨୪ଜଣ, ବୌଦ୍ଧ ଜିଲ୍ଲାରୁ ୩୯ଜଣ, କଟକ ଜିଲ୍ଲାରୁ ୩୫୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୭ଜଣ, ଗଜପତି ଜିଲ୍ଲାରୁ ୨୫ଝଣ, ଗଞ୍ଜାମ ଜିଲ୍ଲାରୁ ୮୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୨ଜଣ, ଯାଜପୁର ଜିଲ୍ଲାରୁ ୧୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୯ଜଣ, କଳାହାଣ୍ଡି ଜିଲ୍ଲାରୁ ୫୮ଜଣ, କନ୍ଧମାଳ ଜିଲ୍ଲାରୁ ୪୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୦ଜଣ, କେନ୍ଦୁଝର ଜିଲ୍ଲାରୁ ୬୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୦୬ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୪୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୧ଜଣ, ନୟାଗଡ଼ ଜିଲ୍ଲାରୁ ୭୭ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୩ଜଣ, ପୁରୀ ଜିଲ୍ଲାରୁ ୨୭୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୫ଜଣ, ସମ୍ବଲପୁର ଜିଲ୍ଲାରୁ ୯୧ଜଣ, ସୋନପୁର ଜିଲ୍ଲାରୁ ୯୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୮ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୦୬ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୩୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୪୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୮୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୨୩୬୪୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.