ସୋନୁ ସୁଦ୍‌ଙ୍କୁ ଝଟକା, ବିଏମସି ନୋଟିସ୍ ବିରୋଧରେ ଦାଖଲ ଆବେଦନକୁ ଖାରଜ କଲେ ହାଇକୋର୍ଟ

Published By : Prameya-News7 Bureau | January 21, 2021 IST

ମୁମ୍ବାଇ ୨୧।୦୧: ବମ୍ଵେ ଉଚ୍ଚ ନ୍ୟାୟାଳୟରୁ ଅଭିନେତା ସୋନୁ ସୁଦ୍‌ଙ୍କୁ ଲାଗିଲା ଝଟକା। ହାଇକୋର୍ଟ ଅଭିନେତାଙ୍କ ଆବେଦନ ଓ ଅନ୍ତରୀଣ ଯାଚିକାକୁ ଖାରଜ କରିଛନ୍ତି। ସୋନୁ ସୁଦ୍ ଜୁହୁ ସ୍ଥିତ ନିଜର ଅବୈଧ ବାସଭବନ ନିର୍ମାଣକୁ ନେଇ ବୃହନ ମୁମ୍ବାଇ ନଗର ନିଗମ(ବିଏମସି)ର ନୋଟିସ୍‌କୁ ଚ୍ୟାଲେଞ୍ଜ ଦେଇଥିଲେ। ବିଚାରପତି ପୃଥ୍ଵୀରାଜ ଚହ୍ଵାଣ ଉକ୍ତି ଅପିଲ୍ ଓ ଆବେଦନକୁ ଖାରଜ କରିଛନ୍ତି।

ସୁଦଙ୍କ ଓକିଲ ଅମୋଘ ସିଂହ ବିଏସମି ଦ୍ଵାରା ଜାରି ନୋଟିସ୍‌ର ପାଳନ ପାଇଁ ୧୦ ସପ୍ତାହର ସମୟ ମାଗିଥିଲେ ଏବଂ  ଅଦାଲତକୁ ଅନୁରୋଧ କରିଥିଲି ଯେ ସେ ନଗର ନିଗମକୁ କୋଠା ନଭାଙ୍ଗିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଅଦାଲତ ଏହି ଅନୁରୋଧକୁ ସ୍ଵୀକାର କରିବାକୁ ମନା କରିବା ସହ ଏମିତି କରିବାକୁ ଅଭିନେତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଥିବା କହିଥିଲେ।

ବିଏମସି ଗତ ବର୍ଷ ଅକ୍ଟୋବରରେ ସୋନୁ ସୁଦ୍‌ଙ୍କୁ  ନୋଟିସ୍ ଜାରି କରିଥିଲେ। ଉକ୍ତ ନୋଟିସ୍‌କୁ ସୁଦ୍Shock to Sonu Sood, Bombay High Court dismisses petition filed against BMC notice ୨୦୨୦ ଡିସେମ୍ବରରେ ଦିଓ୍ଵାନୀ ଅଦାଲତରେ ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ପରେ ସେ ବମ୍ଵେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ବିଏମସି ନିଜର ନୋଟିସ୍‌ରେ ଅଭିଯୋଗ କରିଛି ଯେ ସୁଦ ଜନବହୁଳ ଅଞ୍ଚଳରେ ଛଅ ମହଲା ବିଶିଷ୍ଟ କୋଠାର ଡିଜାଇନ ପରିବର୍ତ୍ତନ କରି ଏହାକୁ ଏକ ବାଣିଜ୍ୟିକ ହୋଟେଲରେ ପରିଣତ କରିଥିଲେ।

ବିଏମସି ଜାନୁଆରୀ ୧୩ରେ ଶୁଣାଣିରେ ଅଦାଲତରେ ନିଜର ଦଲିଲ ଦେଇ ଅଭିନେତା ଅବୈଧ ନିର୍ମାଣ ଜରିଆରେ ଅର୍ଥ ରୋଜଗାର କରିଥିବା ଅଭିଯୋଗ କରିଥିଲା। ନଗର ପାଳିକା ଅନୁଯାୟୀ ସୁଦ ଲାଇସେନ୍ସ ନେବାକୁ ଉଚିତ୍ ମଣିନଥିଲେ ଏବଂ ହୋଟେଲ୍‌କୁ ବିଲ୍ଡିଂରେ ପରିଣତ କରି ଦେଲେ। କିଛି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସୋନୁଙ୍କୁ ବିଏମସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା, ହେଲେ ସେ ଏହାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.