Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଭଲ ଖବର: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୩୭୧୪ କୋଭିଡ୍-୧୯ ପଜିଟିଭ୍ ରୋଗୀ

15/09/2020 at 7:52 PM

ଭୁବନେଶ୍ଵର ୧୫।୦୯: ଟେଷ୍ଟିଂ ହାର କମିଥିଲେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅନ୍ୟପଟେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୧୪ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ ଆକ୍ରାନ୍ତ କରୋନା ମୁକ୍ତ ହୋଇଛନ୍ତି। ସେହି ପରି ବରଗଡ ଜିଲ୍ଲାରୁ ୩୯୭, କଟକ ଜିଲ୍ଲାରୁ ୩୭୫, ଯାଜପୁରରୁ ୨୪୨, ପୁରୀରୁ ୧୦୧, ମୟୂରଭଞ୍ଜରୁ ୧୫୨, ଝାରସୁଗୁଡାରୁ ୧୧୭, ବାଲେଶ୍ଵରରୁ ୧୧୫, କୋରାପୁଟରୁ ୧୧୫, କନ୍ଧମାଳରୁ ୧୦୦, ଜଗତସିଂହପୁରରୁ ୯୩, ଗଞ୍ଜାମରୁ ୯୨ ଜଣ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି।

ସେହି ପରି କେନ୍ଦ୍ରାପଡାରୁ ୮୮, ସୋନପୁରରୁ ୮୪, ସୁନ୍ଦରଗଡରୁ ୮୪, ବଲାଙ୍ଗିରରୁ ୭୫, ଅନୁଗୁଳରୁ ୭୨, ସମ୍ବଲପୁରରୁ ୭୧, ନୟାଗଡରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁରରୁ ୫୯, ନୂଆପଡାରୁ ୫୩, ଦେବଗଡରୁ ୪୩, ଗଜପତିରୁ ୩୮, ଭଦ୍ରକରୁ ୩୪, ଢେଙ୍କାନାଳରୁ ୩୪, ମାଲକାନଗିରିରୁ ୨୨, ବୌଦରୁ ୧୯ ଓ ରାୟଗଡା ଜିଲ୍ଲାରୁ ୧୭ ଜଣ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୬୪୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି  ଘଟିଛି। ଆଉ ୮ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୬୪୫ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟାକୁ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ରେ ପହଞ୍ଚିଛି।

   Related Posts