Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

୩୯ ମହିଳା ସେନା ଅଧିକାରୀଙ୍କୁ ମିଳିଲା ସ୍ଥାୟୀ କମିଶନ, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ

29/10/2021 at 10:01 PM

ନୂଆଦିଲ୍ଳୀ ୨୯/୧୦: ଭାରତୀୟ ସେନା ପକ୍ଷରୁ ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି। ଏହି ସବୁ ଅଧିକାରୀଙ୍କୁ  ନଭେମ୍ବର ୧ ତାରିଖ ସୁଦ୍ଧା ସ୍ଥାୟୀ କମିଶନ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏନେଇ ଅକ୍ଟୋବର ୨୨ରେ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ୭୧ ଜଣ ଅଧିକାରୀଙ୍କ ମଧ୍ୟରୁ  ୩୯ ଅଧିକାରୀ ସ୍ଥାୟୀ କମିଶନ ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦେଶ ଦେଇଥିଲେ।

ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ସବୁ ୩୯ ଜଣ ମହିଳା ସୈନ୍ୟ ଅଧିକାରୀଙ୍କୁ ନଭେମ୍ବର ପହିଲା ସୁଦ୍ଧା ସ୍ଥାୟୀ କମିଶନ ପ୍ରଦାନ କରିବାକୁ କୁହାଯାଇଥିଲା । 

ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଥିଲେ, ସ୍ଥାୟୀ କମିଶନ ପାଇଁ ଆବେଦନ କରିଥିବା ୭୨ ମହିଳା ଅଧିକାରୀଙ୍କ ମଧ୍ୟରୁ ଜଣେ ସେବାମୁକ୍ତ ହେବାକୁ ନିର୍ଣ୍ଣୟ ନେଇଛନ୍ତି। ବାକି ୭୧ ମହିଳା ଅଧିକାରୀଙ୍କ ମଧ୍ୟରୁ ୭ ଜଣ ମେଡିକାଲି ଅନଫିଟ୍‌ ଥିବା ବେଳେ ୨୫ ଜଣ ଅନୁଶାସନ ସହିତ ଅନ୍ୟ କାରଣ ଯୋଗୁଁ ସ୍ଥାୟୀ କମିଶନ ପାଇଁ ଯୋଗ୍ୟ ନୁହଁନ୍ତି । ବାକି ୩୯ ଜଣ ମହିଳା ଅଧିକାରୀଙ୍କୁ ଆଜି ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି ।

   Related Posts