୬ଜଣ ଲୁଟେରା ଓ ୩ ଦୋକାନୀଙ୍କୁ ଗିରଫ କଲା ପୋଲିସ, ୩୯ଟି ମୋବାଇଲ ଉଦ୍ଧାର

Published By : Prameya-News7 Bureau | July 16, 2019 IST

ବାଲେଶ୍ବର ୧୬|୭: ବାଲେଶ୍ବର ସହଦେବଖୁଣ୍ଟା ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଡ଼।ଉ କରି ୩୯ଟି ମୋବାଇଲ ଜବତ କରିବା ସହ ୩ଟି ଚୋରା ବାଇକ ଉଦ୍ଧାର କରିଛି। ସେହିଭଳି ପୁଲିସ ୬ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିବାସହ ୩ଜଣ ଦୋକାନୀଙ୍କୁ ମଧ୍ୟ ଗିରଫ କରିଛି।

{"id":134366}


ଲୁଟେରାମାନେ ମୋବାଇଲ ଲୁଟକରି ଏହି ଦୋକାନୀଙ୍କ ନିକଟକୁ ନେଇଥାନ୍ତି। ସେଠାରେ ସେମାନେ ମୋବାଇଲ ଗୁଡ଼କିର ସପ୍ଟଓୟାର ଓ ଆଇ ଏମ୍ ଇ ଟି ନମ୍ବର ପରିବର୍ତନ କରିଦେଇଥାନ୍ତି। ପୂର୍ବରୁ ଲୁଟେରାମାନେ ମୋବାଇଲଗୁଡ଼କୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ପଠାଇଦେଉଥିବା ବଳେ ଏବେ ସେହି କାମ ଏଠାରେ ହୋଇପାରୁଥିବାରୁ ସେମାନେ ଏଠାକର ଦୋକାନୀଙ୍କୁ ମୋବାଇଲ ବିକିଦେଉଛନ୍ତି।

{"id":134361}


ଏହି ଦୋକାନୀମାନଙ୍କର ଦୋକାନ ସହରର କଂଗ୍ରେସ ଅଫିସ ଗଳି, ଅର୍ଡ଼ର ବଜାର ଓ ମିର୍ଜ।ପୋଖରୀ ନିକଟରେ ରହିଛି। ସେହିଭଳି ଲୁଟେରାମାନେ ସମସ୍ତେ ବାଲେଶ୍ବର ସହର ବୋଲି ଜଣାପଡ଼ଛି। ସେମାନେ ସହରର ବିଭିନ୍ନ ବଜାର ଓ ଜନଗହଳି ସ୍ଥାନରେ ସୁଯୋଗ ଦେଖି ମୋବାଇଲ ଲୁଟ କରିଥାନ୍ତି।

{"id":134362}


ଗତ ୧୪ତାରିଖ ଦିନ ବାଲିଆର ସୌରଭ ଚୌଧୁରୀଙ୍କର ଏକ ମୋବାଇଲ ଚୋରୀ ହୋଇଥିଲା। ସେ ସହଦେବଖୁଣ୍ଟା ଥାନରେ ଏକ ଅଭିଯୋଗ କରିଥିଲେ । ଏହି ଘଟଣାର ଦତନ୍ତ କରି ପୋଲିସ ଲୁଟେରାଙ୍କୁ ଧରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.