Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଟ୍ରକ ଭିତରୁ ମିଳିଲା ୩୯ଟି ମୃତ ଦେହ

23/10/2019 at 3:35 PM

ଲଣ୍ଡନ – ବ୍ରିଟେନର ଏସେକ୍ସରୁ ଏକ ଟ୍ରକ କଣ୍ଟେନର୍‌ ମଧ୍ୟରୁ ୩୯ଟି ମୃତଦେହ ଉଦ୍ଧାର କରାଯାଇଛି । ଏସେକ୍ସରେ ଥିବା ଇଣ୍ଟଷ୍ଟ୍ରିଆଲ୍ ପାର୍କରୁ ଏକ ଟ୍ରକ କଣ୍ଟେନର ମଧ୍ୟରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ଲଣ୍ଡନଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି ।

ବୁଲଗେରିଆରୁ ଏହି ଟ୍ରକଟି ଓ୍ୱେଲଶ୍‌ ବନ୍ଦର ରାସ୍ତା ଦେଇ ବ୍ରିଟେନକୁ ଆସିଥିଲା । ଏହି ଟ୍ରକ ହୋଲିହେଡ୍‌ରୁ ଇରିଶ୍‌ ରାଜଧାନୀ ଡବଲିନ୍‌ଙ୍କୁ ଦେନିକ ଯାତାୟତ କରୁଥିଲା । ପୁଲିସ ହତ୍ୟା ସନ୍ଦେହରେ ୨୫ ବର୍ଷୀୟ ଟ୍ରକ ଡ୍ରାଇଭର୍‌କୁ ଗିରଫ କରିଛି ।
ଏବେ ପୁଲିସ ମୃତକମାନଙ୍କୁ ଚିହ୍ନଟ କରୁଛି । ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ସମୟ ଲାଗିବ ବୋଲି ଏସେକ୍ସର ପୁଲିସ ଅଧୀକ୍ଷକ ଆଣ୍ଡ୍ରିୟୁ ମାରିନେର୍‌ କହିଛନ୍ତି ।

ପୁଲିସ୍‌ ଟ୍ରକଟିକୁ ଜବତ କରିଛି । ଏହା ଏକ ଦୁଃଖଦ ଘଟଣା ଓ ଘଟଣା ଉପରେ ନଜର ରଖିଛନ୍ତି ବୋଲି ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ କହିଛନ୍ତି ।

ବେଆଇନ ଭାବେ ଟ୍ରକ କଣ୍ଟେନର ମଧ୍ୟରେ ମାନବ ଚୋରା ଚାଲାଣ କରାଯାଉଥିବା ବେଳେ ଏହି ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

   Related Posts