କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ଗତ ୨୪ଘଣ୍ଟାରେ ୩୮୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮।୧୧: କରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ପାଇବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣରେ ୩୮,୬୧୭ ନୂଆ କେସ୍‌ ସାମ୍ନାକୁ ଆସିଛି । ଯାହାକୁ ମିଶାଇ ଦେଶରେ ୮୯ଲକ୍ଷ ଡ଼େଇଁଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ଦିନ ଦେଶରେ ୨୯,୧୬୪ କରୋନା କେସ୍‌ ଆସିଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟାରେ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୩ଲକ୍ଷ ପାର୍‌ ହୋଇଛି ।  

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୩୮,୬୧୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୪୭୪ ଲୋକଙ୍କ ଜୀବନ ଯାଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୯,୧୨,୯୦୮ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି  ଦେଶରେ ଗତ ୨୪ଘଣ୍ଟାରେ ୪୪,୭୩୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୩,୩୫,୧୧୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୫ଲକ୍ଷ ତଳେ ରହିଛି । ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୪,୪୬,୮୦୫ରେ ରହିଛି । ଗତ ୨୪ଘଣ୍ଟାରେ ଏହି ସଂଖ୍ୟାରେ ୬,୫୯୬ କମ୍‌ ଆସିଛି । ସେହିପରି କରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୩୦,୯୯୩ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.