୩୮ ବର୍ଷ ତଳେ ଠିକ୍ ଆଜିର ଦିନରେ ସାରା ଭାରତ ଦେଖିଥିଲା ରଙ୍ଗୀନ ଟେଲିଭିଜନ, କିନ୍ତୁ ଏବେ କିପରି ରହିଛି ଇଡିୟଟ ବକ୍ସ @୯୬

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ ୨୫।୦୪: ଭାରତରେ ୧୯୮୨ ଏପ୍ରିଲ ୨୫ରେ ପ୍ରଥମ ଥର ଟିଭିରେ ରଙ୍ଗୀନ ପ୍ରସାରଣ ଆରମ୍ଭ  ହୋଇଥିଲା। ଏହାର ଆରମ୍ଭ ସେହି ସମୟର ମାଦ୍ରାସ ଏବଂ ଆଜିର ଚେନ୍ନାଇରେ ହୋଇଥିଲା। ଭାରତରେ ଟେଲିଭିଜନ ୧୯୫୯ ସେପ୍ଟେମ୍ବର ୧୫ରେ ଦିଲ୍ଲୀରେ ଆରମ୍ଭ ହୋଇଥିଲା। ମାତ୍ର ରଙ୍ଗୀନ ଟିଭି ଦୂରଦର୍ଶନର ଲୋକପ୍ରିୟତାକୁ ଆହୁରି ବଢାଇ ଦେଇଥିଲା। ସମୃଦ୍ଧ ଏବଂ ବିତ୍ତଶାଳୀ ଲୋକଙ୍କ ପାଇଁ କଲର ଟିଭି ଷ୍ଟାଟସର ପ୍ରତୀକ ହୋଇ ଯାଇଥିଲା। ଭାରତ ୧୯୮୨ରେ ଏସୀୟ କ୍ରୀଡାର ଆୟୋଜନ କରିଥିଲା ଏବଂ ସରକାର କ୍ରୀଡାର ରଙ୍ଗୀନ ପ୍ରସାରଣ କରିଥିଲେ। ଏହା ପରେ ୧୯୮୦ ଦଶନ୍ଧିକୁ ଦୂରଦର୍ଶନର ଯୁଗ କୁହାଯାଏ। ଏହି ସମୟରେ ହମ ଲୋଗ(୧୯୮୪), ବୁନିୟାଦ(୧୯୮୬-୮୭), ରାମାୟଣ(୧୯୮୭-୮୮) ଓ ମହାଭାରତ(୧୯୮୮-୮୯) ପରି ଧାରାବାହିକ ଦୂରଦର୍ଶନରେ ପ୍ରସାରଣ ହେଉଥିଲା। ରାମାୟଣ ଓ ମହାଭାରତର ପ୍ରସାରଣ ସମୟରେ ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଅଘୋଷିତ କର୍ଫ୍ୟୁ ପରି ସ୍ଥିତି ହୋଇ ଯାଉଥିଲା।

{"id":260087,"width":582,"height":387,"sizeSlug":"large"}

୧୯୬୫ରେ ନିତିଦିନ ପ୍ରସାରଣ ଆରମ୍ଭ

ବିବିସି ଟିଭି ଇତିହାସରେ ପ୍ରଥମ ସେବା ୧୯୩୬ରେ ଆରମ୍ଭ କରିଥିଲା। ଏହାର ଦୁଇ ଦଶନ୍ଧି ପରେ ଭାରତ ୟୁନେସ୍କୋ ସାହାଯ୍ୟରେ ଟିଭି ପ୍ରସାରଣ ଆରମ୍ଭ କରିଥିଲା। ପ୍ରାରମ୍ଭିକ ସପ୍ତାହରେ ଦୁଇ ଦିନ ଘଣ୍ଟାଏ ଲେଖାଏଁ ପ୍ରସାରଣ କରାଯାଉଥିଲା। ସେଥିରେ ସାମୁଦାୟିକ ସ୍ଵାସ୍ଥ୍ୟ, ଗମନାଗମନ, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ପରି ବିଷୟ ସାମିଲ ରହୁଥିଲା। ଦୂରଦର୍ଶନରେ ୧୯୬୫ରୁ ପ୍ରତିଦିନ ପ୍ରସାରଣ ଆରମ୍ଭ ହୋଇଥିଲା। ଦୂରଦର୍ଶନ ୧୯୭୫ ସୁଦ୍ଧା କେବଳ ଦେଶର ୭ଟି ସହରରେ ସୀମିତ ଥିଲା। ଏବେ ଭାରତର ୯୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖୁଛନ୍ତି। ଆଜି ଦୂରଦର୍ଶନ ୨ ରାଷ୍ଟ୍ରୀୟ ଓ ୧୧ ଆଞ୍ଚଳିକ ଚ୍ୟାନେଲ ସହିତ ମୋଟ୍ ୨୧ଟି ଚ୍ୟାନେଲ୍ ପ୍ରସାରଣ କରୁଛି। ଏହା ୧୪୧୬ ଟ୍ରାନ୍ସମିଟର ଓ ୬୬ ଷ୍ଟୁଡିଓ ସହିତ ଦେଶର ସବୁଠୁ ବଡ ପ୍ରସାରଣାକର୍ତ୍ତା ହୋଇଛି। ଦୂରଦର୍ଶନରେ କୃଷି ଦର୍ଶନ ଦେଶରେ ସବୁଠୁ ଅଧିକ ସମୟ  ଧରି ଚାଲିଥିଲା। ରଙ୍ଗୀନ ପ୍ରସାରଣ ଆରମ୍ଭ ହେବାର ଛଅ ମାସ ଭିତରେ କଲର ଟିଭିର ଚାହିଦା  ବଢିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ୫୦ ହଜାର ଟିଭି ଆମଦାନୀ କରିଥିଲେ।

{"id":260090,"sizeSlug":"large"}

୯୬ ବର୍ଷ ଯାତ୍ରା କଲାଣି ଟି ଭି

ଟିଭିର ଯାତ୍ରା ପ୍ରାୟ ୯୬ ବର୍ଷ ପୁରୁଣା। ନଅ ଦଶନ୍ଧି ପୂର୍ବେ କେବେ ବଡ ଆକାରର ଦେଖା ଯାଉଥିବା ଇଡିୟଟ ବକ୍ସ ଆଜି ଆମ କହିବାରେ ଚ୍ୟାନେଲ ବଦଳାଉଛି। ୧୯୨୪ରେ ବାକ୍ସ, କାର୍ଡ ଓ ପଙ୍ଖାର ମୋଟରରେ ପ୍ରସ୍ତୁତ ଟିଭିରୁ ନେଇ ସ୍ମାର୍ଟ ଟିଭି ପର୍ଯ୍ୟନ୍ତ ଯାତ୍ରା ବହୁତ ରୋମାଞ୍ଚ ରହିଛି। ଟେଲିଭିଜନ ଆବିଷ୍କାର ଜନ ଲୋଜି ବେୟର୍ଡ ସର୍ବଦା ରୋଗଗ୍ରସ୍ତ ହେବା କାରଣରୁ ସ୍କୁଲ ଯାଇପାରୁନଥିଲେ। ୧୮୮୮ ଅଗଷ୍ଟ ୧୩ରେ ସ୍କଟଲାଣ୍ଡରେ ଜନ୍ମିତ ବେୟର୍ଡ ଟେଲିଭିଜନ ପ୍ରତି ଅହେତୁକ ମୋହ ଥିଲା। ବେୟର୍ଡ ଚିନ୍ତା କରୁଥିଲେ ଯେ, ଦିନ ଆସିବ ଲୋକ ବାୟୁ ମାଧ୍ୟମରେ ଫଟୋ  ପଠାଇ ପାରିବେ। ବେୟର୍ଡ ୧୯୨୪ରେ ବକ୍ସା, ବିସ୍କୁଟର ଟିଣ, ସିଲେଇର ଛୁଞ୍ଚି, କାର୍ଡ ଓ ବିଜୁଳିର ପଙ୍ଖାରୁ ମୋଟର ପ୍ରସ୍ତୁତ କରି ପ୍ରଥମ ଟେଲିଭିଜନ ଆବିଷ୍କାର କରିଥିଲେ। ଟିଭିର ରିମୋଟ୍ କଣ୍ଟ୍ରୋଲ ଆବିଷ୍କାର ୧୯୧୫ରେ ଚିକୋଗୋ ଜନ୍ମିତ ୟୁଜିନ ପଲି କରିଥିଲେ।

{"id":260093,"sizeSlug":"large"}

ପ୍ରଥମ କଲର ଟିଭି ଥିଲା ବହୁତ ମହଙ୍ଗା

ପ୍ରଥମ କଲର ଟିଭି ସେଟ୍ ୧୯୫୪ ମାର୍ଚ୍ଚରେ ଓ୍ଵେଷ୍ଟିଙ୍ଗହାଉସ୍ ତିଆରି କରିଥିଲେ। ଏହାର ମୂଲ୍ୟ ପ୍ରାୟ ୬,୨୦୦ ଟଙ୍କା ଥିଲା, ଯାହା ସାଧାରଣ ଲୋକଙ୍କ ପାଇଁ କିଣିବାକୁ କଷ୍ଟସାଧ୍ୟ ଥିଲା। କିଛି ସମୟ ପରେ ଆମେରିକନ ଇଲେକ୍ଟ୍ରୋନିକ୍ସ ଆରସିଏ କଲର ଟିଭି ସିଟି-୧୦୦ ବଜାରକୁ ନେଇ ଆସିଥିଲା। ଏହାର ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ଥିଲା। କମ୍ପାନୀ ଏହାର ୪ ହଜାର ୟୁନିଟ୍ ତିଆରି କରିଥିଲା। ଏହା ପରେ ଆମେରିକାନ କମ୍ପାନୀ ଜେନେରାଲ ଇଲେକ୍ଟ୍ରୋନିକ୍ସ ନିଜର ୧୫ ଇଞ୍ଚର କଲର  ଟିଭି ବଜାରକୁ ଛାଡି ଥିଲା। ଏହାର ମୂଲ୍ୟ ୫ ହଜାର ଟଙ୍କା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.