UPରେ କରୋନା ପ୍ରକୋପ, ମାତ୍ର ୨୪ ଘଣ୍ଟାରେ ୩୮ ହଜାର ଲୋକେ ସଂକ୍ରମିତ

Published By : Prameya-News7 Bureau | April 24, 2021 IST

ଲକ୍ଷ୍ନୌ ୨୪।୪: ସାରା ଦେଶରେ କରୋନା ଭାଇରସ ମହାମାରୀ ଏବେ ବିକରାଳ ରୂପ ଧାରଣ କରିଛି। ଉତ୍ତରପ୍ରଦେଶ ପରିସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୮ ହଜାର ୫୫ ଜଣ ନୂଆ ସଂକ୍ରମିତ ଠାବ ହେବା ଏବେ ଚିନ୍ତାଜନକ ହୋଇଛି। ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ଶନିବାର ରାଜ୍ୟରେ ୨୩ ହଜାର ୨୩୧ ଜଣ ସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଥିବା ବେଳେ ପୁଣି ଏତେ ସଂଖ୍ୟକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି।

{"id":443624,"width":839,"height":472,"sizeSlug":"large","linkDestination":"none"}

ଦିନକ ପୂର୍ବରୁ ରାଜ୍ୟରେ ୨ଲକ୍ଷ ୨୫ ହଜାର ୯୬୦ ନମୁନା ଯାଞ୍ଚ ହୋଇଥିଲା। ଏହି କ୍ରମରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୯ଲକ୍ଷ ୫୪ ହଜାର ୯୮୯ଟି ନମୁନା ଯାଞ୍ଚ ହୋଇଥିବା ପ୍ରସାଦ କହିଛନ୍ତି। ସାରା ରାଜ୍ୟରେ ଦ୍ରୁତ ଯାଞ୍ଚ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ସଂକ୍ରମିତଙ୍କ ଚିକିତ୍ସା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇଥିବା ଶ୍ୱାସ୍ଥ୍ୟ ସଚିବ କହିଛନ୍ତି।

{"id":443625,"width":840,"height":629,"sizeSlug":"large","linkDestination":"none"}

ଉତ୍ତରପ୍ରଦେଶ ହସ୍ପିଟାଲମାନଙ୍କରେ ଅମ୍ଲଯାନ ଅଭାବ ଦୂର କରାଯାଇଛି। କେନ୍ଦ୍ର ସରକାର ୟୁପିକୁ ଅମ୍ଲଯାନ ଯୋଗାଇ ଦେଉଥିବା ସଚିବ କହିଛନ୍ତି। ରାଜ୍ୟରେ ଏବେ ଅମ୍ଳଯାନର ଆଦୌ ଅଭାବ ନଥିବା ସୂଚନା ସଚିବ ନବନୀତି ସହଗଲ କହିଛନ୍ତି। ଏଥିଲାଗି ରାଜ୍ୟରେ ଏବେ ଅମ୍ଲଯାନ ନିୟନ୍ତ୍ରଣ କକ୍ଷ ସ୍ଥାପିତ ହୋଇଥିବା ସେ କହିଛନ୍ତି। ଡାକ୍ତରଙ୍କ ପ୍ରେସସ୍କ୍ରିପସନ୍‌ରେ ଏବେ ହସ୍ପିଟାଲରେ ଅମ୍ଳଯାନ ସହଜରେ ମିଳିପାରୁଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.