ପିଏମ୍ କେୟାର ଫଣ୍ଡକୁ ୨୧୦୫ କୋଟି ଟଙ୍କା ଦେଇଛନ୍ତି ୩୮ PSU, ଜାଣନ୍ତୁ କିଏ ଦେଇଛି କେତେ...

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯।୮: ମାର୍ଚ୍ଚ ୨୧ରେ ଲଞ୍ଚ୍ ହୋଇଥିବା ପିଏମ୍ କେୟାର ଫଣ୍ଡରେ ମହାରତ୍ନ ଏବଂ ନବରତ୍ନ କମ୍ପାନୀ ନିଜ ନିଜର ସିଏସଆରରୁ ପ୍ରାୟ ୨୧୦୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏମାନେ ୩୮ PSUsରେ ସାମିଲ୍ ଅଛନ୍ତି । ଫଣ୍ଡ୍ ର ଓ୍ବେବସାଇଟ୍ ଅନୁସାରେ ୨୧ ମାର୍ଚ୍ଚରେ ଲଞ୍ଚ୍ ହୋଇଥିବା ପିଏମ୍ କେୟାର ଫଣ୍ଡରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୩୦୭୬.୬୨ କୋଟି ଟଙ୍କା ଜମା ହୋଇଥିଲା । ୩୮ PSUs କମ୍ପାନୀ ଆରଟିଆଇ ଜରିଆରେ ଦେଇଥିବା ଡୋନେସନ ସଂପର୍କରେ ଜଣାଇଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ଆରଟିଆଇ ଜରିଆରେ ୫୫ PSUs ଠାରୁ ଜବାବ ମଗାଯାଇଥିଲା । କେବଳ ୩୮ PSUs ଜବାବ ଦେଇଛନ୍ତି । ଏହି କମ୍ପାନୀଗୁଡିକ ୫ ମାସରେ ୨୦୧୯-୨୦ ଏବଂ ୨୦୨୦-୨୧ର ନିଜ ବଜେଟ୍ ରୁ ୨୧୦୫.୩୮ କୋଟି ଟଙ୍କାର ଡୋନେସନ୍ ଦେଇଛନ୍ତି । ଏହି ସୂଚନା ଓ୍ବେବସାଇଟ୍ ରେ ପ୍ରଦାନ କରାଯାଇଛି । ମାତ୍ର କେଉଁ କମ୍ପାନୀ କେତେ ଟଙ୍କା ଦାନ କରିଛନ୍ତି ତାର ବିବରଣୀ ଦିଆଯାଇନାହିଁ ।

ଆରଟିଆଇ ଜରିଆରେ ମିଳିଥିବା ସୂଚନା ଅନୁସାରେ ଏହି ୩୮ PSUs ମଧ୍ୟରୁ ଓଏନଜିସି ୩୦୦ କୋଟି, ଏନଟିପିସି ୨୫୦ କୋଟି, ଇଣ୍ଡିଆନ୍ ଅଏଲ ୨୨୫ କୋଟି, ଏଚପିସିଏଲ ୧୨୦ କୋଟି, ବିପିସିଏଲ ୧୨୫ କୋଟି, ଜିଏଆଇଏଲ ୫୦ କୋଟି, ଏଚଏଏଲ ୨୦ କୋଟି, ଏଚୟୁଡିସିଓ ୫୦ କୋଟି, ପାଓ୍ବାର ଫାଇନାନ୍ସ କର୍ପୋରେଶନ ୨୦୦ କୋଟି, ଆଇଆରସିଟିସି ୧୦ କୋଟି, କୋଲ୍ ଇଣ୍ଡିଆ ୧୦୦ କୋଟି, ବିଏଚଇଏଲ ୭ କୋଟି ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୩ କୋଟି ଦାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.