ରିପବ୍ଲିକ ଟିଭି, ଟାଇମ୍ସ ନାଓ ସହ ୪ ସାମ୍ବାଦିକଙ୍କ ବିରୋଧରେ କୋର୍ଟକୁ ଗଲେ ସଲମାନ, ଶାହରୁଖ, ଅମିରଙ୍କ ସହ ୩୮ ପ୍ରଡକ୍ସନ ହାଉସ୍

Published By : Prameya-News7 Bureau | October 12, 2020 IST

ନୂଆଦିଲ୍ଲୀ, ୧୨।୧୦:  ବଲିଉଡ ଚଳଚ୍ଚିତ୍ର ଜଗତର ଛବି ଖରାପ କରିଥିବାରୁ ୩୮ଟି ଫିଲ୍ମ ପ୍ରଡକ୍ସନ ହାଉସ ଓ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କିଛି ଗଣମାଧ୍ୟମ ବିରୋଧରେ ମାମଲା ଦାଏର କରାଯାଇଛି । ସେହିପରି ୪ଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି । ଏହି ଆବେଦନରେ ଗତ କିଛି ମାସ ଧରି ବଲିଉଡର ଛବି ମଳୀନ କରାଯାଉଥିବା କୁହାଯାଇଛି । ଏହାସହ ଅପମାନଜନକ ଓ ବଦନାମ କରିବା ପାଇଁ ଷଡଯନ୍ତ୍ର ରଚୁଥିବା କିଛି ଟିଭି ଚ୍ୟାନେଲ୍ ଓ ସାମ୍ବାଦିକଙ୍କକୁ ରୋକିବା ପାଇଁ ଅପିଲ କରାଯାଇଛି । ଏହି ଆବେଦନ ଦାଖଲ କରିଥିବା ପ୍ରଡକ୍ସନ ହାଉସ୍ ମଧ୍ୟରେ ଶାହରୁଖ ଖାନ, ସଲମାନ ଖାନ, ଅମିର ଖାନ, ଅଜୟ ଦେବଗନଙ୍କ ହାଉସ୍ ରହିଛି ।

ଗତ ୪ ମାସରେ ଅନେକ ଗଣମାଧ୍ୟମ ରିପୋର୍ଟରେ ବଲିଉଡକୁ ନେଇ ଅନେକ କିଛି କୁହାଯାଉଛି । ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଅନେକ ସେଲିବ୍ରିଟିଙ୍କୁ ଏଥିରେ ଯୋଡାଯାଇଛି । ଦିଲ୍ଲୀ ହାଇକୋର୍ଟରେ ଯେଉଁ ଆବେଦନ ହୋଇଛି ସେଥିରେ ରିପବ୍ଲିକ୍ ଟିଭି ଓ ଟାଇମ୍ସ ନାଓର ନାଁ ରହିଛି । ଏହାସହ ଅର୍ଣ୍ଣବ ଗୋସ୍ୱାମୀ, ପ୍ରଦୀପ ଭଣ୍ଡାରୀ, ରାହୁଲ ଶିବଶଙ୍କର ଓ ନାବିକା କୁମାରଙ୍କ ନାଁ ମଧ୍ୟ ରହିଛି । ଏହାସହ ନ୍ୟୁଜ୍ ଚ୍ୟାନେଲକୁ କିଛି କଣ୍ଟେଣ୍ଟ୍ ହଟାଇବାକୁ ମଧ୍ୟ ଦାବି କରାଯାଇଛି ।

wp:html /wp:html

ଅଭିଯୋଗ ହୋଇଛି ଯେ, ଏହି ଚ୍ୟାନେଲ ଗୁଡିକରେ ବଲିଉଡକୁ ନେଇ ଅନେକ ଅପଶବ୍ଦ ପ୍ରୟୋଗ କରାଯାଇଛି ।ଏହାପରେ ୩୪ଟି ବଡ ପ୍ରଡକ୍ସନ ହାଉସ ଓ ୪ଟି ପ୍ରଡକ୍ସନ ସଂସ୍ଥା ଏକାଠି ହୋଇ ସ୍ୱର ଉତ୍ତୋଳନ କରିଛନ୍ତି । ଫିଲ୍ମ ନିର୍ମାତା ବିବେକ ଅଗ୍ନୀହୋତ୍ରୀ ଏହି ସମସ୍ତ ପ୍ରଡକ୍ସନ ହାଉସର ତାଲିକା ପ୍ରକାଶ କରିଛନ୍ତି ।

ଏହି ତାଲିକାରେ, ଅମିର ଖାନ ପ୍ରଡକ୍ସନ ହାଉସ, ଶାହରୁଖ ଖାନଙ୍କ କମ୍ପାନୀ ରେଡ୍ ଚିଲିଜ୍, ସଲମାନ ଖାନ ଫିଲ୍ମସ, ଧର୍ମା ପ୍ରଡକ୍ସନ. ଆଡ୍ ଲ୍ୟାବ୍ସ ଫିଲ୍ମ, ଅଜୟ ଦେବଗନ ଫିଲ୍ମ, ଅନିଲ କପୁର ଫିଲ୍ମ ଆଣ୍ଡ କମ୍ୟୁନିକେସନ, ଅରବାଜ ଖାନ ପ୍ରଡକ୍ସନ, ଫରହାନ ଅଖତାରଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ୍ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.