Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ, ରାଜସ୍ଥାନର ବିଳାସପୂର୍ଣ୍ଣ ହୋଟେଲରେ ପଡିବ ହାତଗଣ୍ଠି
  • ||
  • କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
  • ||
  • କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ, ଗାଡିରୁ ଡେଇଁ ପଡିଲେ ରୋଗୀଙ୍କ ମାଆ
  • ||

ରାଜଧାନୀରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ, ୧୨ ସ୍ଥାନୀୟ ସଂକ୍ରମିତ

11/07/2020 at 1:04 PM

ଭୁବନେଶ୍ୱର, ୧୧|୦୭:  ଶନିବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଆହୁରି ମଧ୍ୟ ୬ଜଣ ଆରୋଗ୍ୟ ଲାଭ କରିଥିବା ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତମାନେ ହେଲେ, କୋଳଥିଆର ଜଣେ ୫୮ ବର୍ଷର ବ୍ୟକ୍ତି, ପୋଖରୀପୁଟର କାର୍ଗିଲ ବସ୍ତି ୪୦ ବର୍ଷର ବ୍ୟକ୍ତି, ଭିମଟାଙ୍ଗୀର ୫୭ ବର୍ଷର ବ୍ୟକ୍ତି, ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ ଓ ୨୭ ବର୍ଷର ଯୁବକ, ଗଙ୍ଗନଗରର ୪୩ ଓ ୧୩ ବର୍ଷର ମହିଳା ଓ ନିଳାଦ୍ରୀ ବିହାରର ୨୩ ବର୍ଷର ଯୁବକ, ସେହିପରି ନୟାପଲ୍ଲୀ ଏନ-୫ର ଜଣେ ୫୫ ବର୍ଷୀୟା ବ୍ୟକ୍ତି ।

ସ୍ଥାନୀୟ ସଂକ୍ରମିତଙ୍କ କଣ୍ଟାକ୍ଟ୍ ଟ୍ରେସିଂ ଜାରି ରହିଥିବା ବିଏମସି କହିଛି ।

   Related Posts