୩୮ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଗିରଫ

Published By : Prameya-News7 Bureau | January 03, 2020 IST

ଜଗତସିଂହପୁର ୩।୧: ଜଗତସିଂହପୁର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ, ପୋଲିସ ଓ ଅବକାରୀ ବିଭାଗ ସ୍ପେଶାଲ ଫ୍ଲାଇଂ ସ୍କ୍ବାଡ୍ ସଦର ଥାନା ଅଂଚଳରେ ମିଳିତ ଚଢ଼ାଉ କରି ମୋଟ୍ ୩୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

{"id":206154,"sizeSlug":"large"}

ଗିରଫ ଦୁଇ ଜଣ ହେଲେ କଲେଜ ଛକ ଅଂଚଳର ରବୀନ୍ଦ୍ରନାଥ  ଭୋଇ ଓ ମାର୍କଣ୍ଡପୁର ଅଂଚଳର ଦୀପକ ଦାସ । ରବୀନ୍ଦ୍ରଙ୍କଠାରୁ ୧୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଦୀପକଙ୍କଠାରୁ ୨୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି  ।

{"id":206155,"sizeSlug":"large"}

ଦୀପକଠାରୁ ଗତ ୨୦ ଦିନ ତଳେ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ତାକୁ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଥିଲା । ସେ ୫ ଦିନ ତଳେ  ଜାମିନରେ ଆସି ପୁର୍ନବାର ଏହି ବେପାର କରୁଥିଲା । ତେବେ  ଏହି ୩୮ ଗ୍ରାମ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.