ବିଭିନ୍ନ ମାମଲାରେ ରାଜଧାନୀରୁ ୩୮ ଅପରାଧୀ ଗିରଫ: ୩ ମାଉଜର, ୬୦ ମୋବାଇଲ, ୩୦ ଗ୍ରାମ ବ୍ରାଉନସୁଗାର ଓ ଲକ୍ଷଲକ୍ଷ ଟଙ୍କାର ଗହଣା ଜବତ

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର୧୦|୪: କମିଶରେଟ ପୋଲିସକୁ ବଡ ଧରଣର ସଫଳତା । ରାଜଧାନୀ ବିଭିନ୍ନ ଥାନା ଅଞ୍ଚଳରେ ସ୍ପେସାଲ ଡ୍ରାଇଭ କରି ଏକ ବଡ ଡକାୟତ ଗ୍ୟାଙ୍ଗକୁ ଠାବ କରିଛି ପୋଲିସ । ସେମାନଙ୍କ ନିକଟରୁ ମାଉଜର, ମାରଣାସ୍ତ୍ର, ସହ ବ୍ୟାପକ ସୁନା ଓ ରୂପା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ରାଜଧାନୀକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ପାଇଁ ଏଭଳି ସ୍ପେସାଲ ଡ୍ରାଇଭ ଜାରି ରହିବ ବୋଲିସ ପୋଲିସ କମିଶରେ କହିଛନ୍ତି ।

{"id":102174,"width":592,"height":327}

ଗତ ଏକ ସପ୍ତାହ ଭିତରେ ରାଜଧାନୀରେ ୧୩ ଟି ଲୁଟ, ଛିନତାୟୀ ଓ ଚୋରି ହୋଇଥିଲା । ପ୍ରାୟ ସମସ୍ତ ଘଟଣା ସହୀଦନଗର ଥାନା, ବଡଗଡ ଥାନା ଓ କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିଲା । ଏହାକୁ ନେଇ କମିଶରେଟ ପୋଲିସ ଅାରମ୍ଭ କରିଥିଲା ସ୍ପେସାଲ ଡ୍ରାଇଭ । ଏହି ସବୁ ଘଟଣାରେ ସମୃକ୍ତ ୩୮ ଜଣଙ୍କୁ ଗିରଫ କରିଛି କମିଶରେଟ ପୋଲିସ । ଏଥିସହ ସେମାନଙ୍କ ନିକଟରୁ ୩ ଟି ମାଉଜର, ମାରଣାସ୍ତ୍ର, ୬୦ ଟି ମୋବାଇଲ, ୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।

{"id":102175,"width":592,"height":331}

ସେହିପରି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କା ମଧ୍ୟ ଜବତ କରିଛି ପୋଲିସ । ଅପରପକ୍ଷରେ ଗତ ଏକ ମାସ ମଧ୍ୟରେ କମିଶରେଟ ପୋଲିସ ପାଞ୍ଚସହ ଜଣଙ୍କ ନାଁରେ ଏନବିଡବ୍ଲ୍ୟ ଇସ୍ୟୁ କରିଛି । ୯ ଟି ମାଉଜର ଜବତ କରିବା ସହ ପାଖି ପାଖି ବିଭିନ୍ନ ଅପରାଧିକ ମାମଲାରେ ୯୫ ଜଣଙ୍କୁ ଗିରଫ କରିଛି ପୋଲିସ ।

{"id":102176,"width":593,"height":326}

ସେପଟେ ବର୍ତମାନ ନିର୍ବାଚନର ସମୟ । ଏହାକୁ ନଜରରେ କମିଶନରେ ଭୁବନେଶ୍ବର ପାଇଁ ପୋଲିସ ସ୍ବତନ୍ତ୍ର ରଣନୀତି କରିଛି । ଏଥିସହ ରାଜଧାନୀରେ ଦିନରାତି ପାଟ୍ରୋଲିଂ ହେବ ବୋଲି ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.