ବ୍ରହ୍ମପୁର ୨୧।୦୬: ଗଞ୍ଜାମ ଜିଲ୍ଲାରେ ପୁଣି ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୯୧ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୫୮ ଜଣ । ସେହିପରି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୨୨୭ଟି ଆକ୍ଟିଭ୍ କେସ୍ ରହିଛି ।
wp:html/wp:htmlGanjam test status for 20/6/2020.. active contact tracing going on.
— Collector & District Magistrate, Ganjam (@Ganjam_Admin) June 21, 2020
Stay at home and be safe.
Use mask ?.
Wash hands frequently.
Don’t touch nose mouth and eyes.
Take care of senior citizens and kids. @CMO_Odisha @HFWOdisha pic.twitter.com/iDBZGmGJmB
ଆଜି ଚିହ୍ନଟ ହୋଇଥିବା ୩୮ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ସେମାନଙ୍କ ମଧ୍ୟରୁ ଛତ୍ରପୁରର ଜଣେ, ଚିକିଟିର ୨ ଜଣ ଓ ଗଞ୍ଜାମର ଜଣେ, ପୋଲସରାର ୩ ଜଣ, ରଙ୍ଗେଇଲୁଣ୍ଡାର ଜଣେ, ଭଞନଗରର ଜଣେ ଓ କବିସୂର୍ଯ୍ୟନଗର ଅଞ୍ଚଳର ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ସେହିପରି ସଂକ୍ରମିତଙ୍କ ମଧ୍ୟରୁ ପ୍ରବାସୀ ଫେରନ୍ତା ୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସ୍ଥାନୀୟରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।