ସହରରେ ଚାଲିଥିଲା ନିଶା କାରବାର, ୩୮.୭୨ ଗ୍ରାମ ଡ୍ରଗ୍ସ ଜବତ, ୨ ଜଣଙ୍କୁ ଧରିଲା ପୋଲିସ

Published By : Prameya-News7 Bureau | June 06, 2021 IST

ଭବାନୀପାଟଣା ୦୬।୦୬: କଳାହାଣ୍ଡି ଜିଲ୍ଲା  ଭବାନୀପାଟଣା ସଦର ପୋଲିସ ରବିବାର  ୩୮.୭୨ ଗ୍ରାମ ନିଶା ପଦାର୍ଥ ଜବତ କରିଛି। ଏହି ନିଶା ଦ୍ରବ୍ୟ ଡ୍ରଗ୍ସ  ହୋଇଥିବା କୁହାଯାଉଛି। ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ଭବାନୀପାଟଣା ସହରରେ ବିକ୍ରି ପାଇଁ ଏହି ଡ୍ରଗ୍ସ ଆସିଥିଲା। ତେବେ ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ  ଜାଲ ବିଛାଇ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ସମ୍ବଲପୁର ଅଂଚଳରୁ ଡ୍ରଗ୍ସ ଆଣିଥିବା ତଦନ୍ତରୁ ଜଣାପଡିଛି।  ଜବତ ଡ୍ରଗସକୁ ଯାଞ୍ଚ ପାଇଁ ଲେବ୍ରୋଟାରୀ ପଠାଯାଇଥିବା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଏମ ବିବେକ ଶ୍ରବଣ ଏହାର ସୂଚନା ଦେଇଛନ୍ତି।  ଅଭିଯୁକ୍ତଙ୍କଠୁ ଦୁଇଟି ମୋବାଇଲ ଓ ଗୋଟିଏ କାର ଜବତ କରାଯାଇଛି। ଜବତ ଡ୍ରଗ୍ସର ଆନୁମାନିକ ମୁଲ୍ୟ ଯାଞ୍ଚ ପରେ ଜଣାପଡ଼ିବ ଏବଂ ପୋଲିସ ତଦନ୍ତ ଜାରି ରହିଛି ବୋଲି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.