Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଶ୍ୱରେ କରୋନା ନେଲାଣି ୩୮.୭୧ ଲକ୍ଷ ଲୋକଙ୍କ ଜୀବନ, ସଂକ୍ରମିତଙ୍କ ସଂଖ୍ୟା ୧୮ କୋଟି

22/06/2021 at 5:35 PM

ନୂଆଦିଲ୍ଲୀ, ୨୨/୦୬: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରଭାବ ଜାରି ରହିବା ସହିତ ମୃତ୍ୟୁର ହା ହା କାର ଏବେ ବି କମିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହାମାରୀ ୧୭ କୋଟି ୮୭ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୩୮ ଲକ୍ଷ ୭୧ ହଜାର ଲୋକଙ୍କ ଜୀବନ ନେଇ ସାରିଲାଣି ।   

ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟିର ବିଜ୍ଞାନ ଏବଂ ଇଞ୍ଜିନିୟରିଂ କେନ୍ଦ୍ର (ସିଏସ୍ଏସ୍‌ଇ) ପକ୍ଷରୁ କରୋନା ସମ୍ୱନ୍ଧିତ ରୋଚକ ତଥ୍ୟ ଜାରି କରାଯାଇଛି । ଏହି ତଥ୍ୟ ଅନୁସାରେ ବିଶ୍ୱର ୧୯୨ଟି ଦେଶ ଏବଂ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୧୭ କୋଟି ୮୭ ଲକ୍ଷ ୩୦ ହଜାର ୫୫୧ ରେ ପହଞ୍ଚିଛି । ଏଥି ସହିତ ୩୮ ଲକ୍ଷ ୭୧ ହଜାର ୪୦୯ ଲୋକ ଏହି ମହାମାରୀରେ ପ୍ରଣ ହରାଇଛନ୍ତି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଭାଇରସ୍‌ର ଗତି ଏବେ ଧିମା ପଡ଼ିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ସମୁଦାୟ ୩ କୋଟି ୩୫ ଲକ୍ଷ ୫୪ ହଜାର ୨୪୬ ରହିଥିବା ବେଳେ ୬ ଲକ୍ଷ ୨ ହଜାର ୦୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ବିଶ୍ୱରେ ଭାରତ ସଂକ୍ରମିକ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ମୃତ୍ୟୁ ମାମଲାରେ ତୃତୀୟ ସ୍ଥାନରେ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୬୪୦ ନୂଆ ମାମଲା ସାମ୍ନାକୁ ଆସିବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୨ କୋଟି ୮୯ ଲକ୍ଷ ୨୬ ହଜାର ୦୩୮ରେ ପହଞ୍ଚିଛି । ସକ୍ରିୟ ମାମଲା ୪୦ ହଜାର ୩୬୬ କମି ୬ ଲକ୍ଷ ୬୨ ହଜାର ୫୨୧ କୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨କୁ ବୃଦ୍ଧି ପାଇଛି ।   

   Related Posts