ଗୋଆ ଜିଏସଟି କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଶସ୍ତା ହେବ ହୋଟେଲ ଭଡା, ବଢିଲା ମୃଦୁପାନୀୟ ମୂଲ୍ୟ

Published By : Prameya-News7 Bureau | September 20, 2019 IST

ଗୋଆ:  ସେବା ଓ ସାମଗ୍ରୀ କର (ଜିଏସଟି) ଶୁଳ୍କ ନେଇ ଶୁକ୍ରବାର ଗୋଆରେ ଅନୁଷ୍ଠିତ ୩୭ତମ ଜିଏସଟି କାଉନସିଲ ବୈଠକ ଦେଶର ହୋଟେଲ ଶିଳ୍ପକୁ ଆଶ୍ୱସ୍ତ କରିଛି। ହୋଟେଲମାନଙ୍କର ରୁମ ବାବଦ ଭଡାରେ ଆଦାୟ ହେଉଥିବା ଜିଏସଟି ଶୁଳ୍କ ହ୍ରାସ ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଫଳରେ ଏଣିକି ଅତିଥିଙ୍କଠାରୁ ହୋଟେଲମାନେ ରୁମ ଭଡା ବାବଦେ ସର୍ବନିମ୍ମ ୧୨ ଓ ସର୍ବାଧିକ ୧୮ ପ୍ରତିଶତ ଜିଏସଟି ଆଦାୟ କରିବେ। ପୂର୍ବରୁ ଏହି ଶୁଳ୍କ ୧୮ ଓ ୨୮ପ୍ରତିଶତ ହାରରେ ଅସୁଲ ହେଉଥିଲା। ଫଳରେ ହେଟେଲ ମାନଙ୍କରେ ଅତିଥିଙ୍କ ସଂଖ୍ୟା ହ୍ରାସ ହେବାକୁ ଲାଗିଥିଲା।

{"id":160367}

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁସାରେ ଏବେଠାରୁ ହୋଟେଲମାନେ ଯେଉଁ ରୁମଗୁଡିକର ଭଡା ୭ ହଜାର ୫ଶହ ଟଙ୍କା ମଧ୍ୟରେ ସେଥିରୁ ୧୨ ପ୍ରତିଶତ ଜିଏସଟି ଶୁଳ୍କ ଆଦାୟ କରିବେ । ତେବେ ୭ହଜାର ୫ଶହରୁ ଅଧିକ ଭଡପଡୁଥିବା ରୁମ ଲାଗି ୧୮ ପ୍ରତିଶତ ଜିଏସଟି ଆଦାୟ ହେବ। ଫଳରେ ଜିଏସଟି ଶୁଳ୍କ ଯୋଗୁ ମହଙ୍ଗା ହେଉଥିବା ରୁମ ଏବେ ହେଟେଲମାନେ ଶୁଳ୍କ ହ୍ରାସ ପରେ କମ ଦରରେ ଉପଲବ୍ଧ କରାଇପାରିବେ।

{"id":160368}

ଗୋଆରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଅଟୋମୋବାଇଲ, ବିସ୍କୁଟ, ଦିଆସିଲି ଓ ଆଉଟ ଡୋର କ୍ୟାଟରିଂ ସେଗମେଣ୍ଟର ଜିଏସଟି ହାର ସଂଶୋଧନ ପ୍ରସ୍ତାବ ଥିଲା। ଏଥିରେ ହୋଟେଲ ଶିଳ୍ପର ମାନ୍ଦାବସ୍ଥା ସୁଧାରିବା ଲାଗି ଜିଏସଟି ହ୍ରାସ ନିଷ୍ପତ୍ତି ହୋଇଥିବା ବେଳେ ମୃଦୁ ପାନୀୟରେ ଜିଏସଟି ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଛି। ଏଭଳି ପାନୀୟ ଲାଗି ଏବେ ଗ୍ରାହକଙ୍କୁ ଅଧିକ ୧୦ ପ୍ରତିଶକ ଶୁଳ୍କ ପୈଠ କରିବାକୁ ପଡିବ। ପୂର୍ବରୁ ଏଭଳି ପାନୀୟ ଲାଗି ୧୮ ପ୍ରତିଶତ ଶୁଳ୍କ ଦେବାକୁ ପଡୁଥିଲା। ହେଲେ ଏଣିକି ୨୮ ପ୍ରତିଶତ ଶୁଳ୍କ ଦେବାକୁ ପଡିବ। ତେବେ ବୈଠକରେ ମେରାଇନ ଫୁଏଲର ଜିଏସଟିକୁ ୧୮ରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି।

{"id":160371,"align":"left"}

ତେବେ ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କମ୍ପାନୀ ଓ ବ୍ୟବାସାୟୀଙ୍କ ଲାଗି କର୍ପୋରେଟଶୁଳ୍କ ହ୍ରାସ ଘୋଷଣା କରିଥିଲେ। ସୀତାରମଣ କହିଥିଲେ ଯେ ଏହି ଶୁଳ୍କ  ହ୍ରାସ ଲାଗି ଅଧ୍ୟାଦେଶ ଗୃହୀତ ହୋଇ ସାରିଛି। ତେବେ ମେକ୍-ଇନ-ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଲାଗି ଆଇଟି ଆକ୍ଟରେ ନୂଆ ପ୍ରାବଧାନ ଯୋଡା ଯାଇଥିବା ନେଇ ସୀତାରମଣ ସୂଚନା ଦେଇଥିଲେ। ଏଥିରେ ୧ ଅକ୍ଟୋବର ୨୦୧୯ ପରେ ଖୋଲୁଥିବା ନୂଆ ଘରୋଇ କମ୍ପାନୀମାନଙ୍କ ଲାଗି ୧୫ ପ୍ରତିଶତ ହାରରେ ଆୟକର ଆଦାୟ ହେବ। ଯଦି କମ୍ପାନୀ ୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଉତ୍ପାଦନ ଆରମ୍ଭ କରିପାରୁଛନ୍ତି ତେବେ ସେମାନଙ୍କ ଲାଗି ଏହି ସ୍ୱଳ୍ପ ଆୟକର ଲାଗୁ ହେବ।

wp:html /wp:html

ଏଭଳି ଘରୋଇ କମ୍ପାନୀଙ୍କ ଉପରେ ସମସ୍ତ ପ୍ରକାର ସରଚାର୍ଜ ଓ ସେସ୍୧୭.୧୦ ପ୍ରତିଶତ ଲାଗୁ ହେବ। ତେବେ କୌଣସି ରିହାତି ବିନା ଘରୋଇ କମ୍ପାନୀମାନଙ୍କର ଆୟକର ୨୨ ପ୍ରତିଶତ ରହିବ। ଏଥିରେ ସରଚାର୍ଜ ଓ ସେସ୍ ଯୁକ୍ତ ହେଲେ ମୋଟ ଶୁଳ୍କ ୨୫.୧୭ ପ୍ରତିଶତ ହେବ। ଏଭଳି ଶୁଳ୍କ ରିହାତି ଯୋଗୁ ସରକାରଙ୍କୁ ୧.୪୫ ଲକ୍ଷ କୋଟି ଟଙ୍କା ରାଜସ୍ୱ ହାନୀ ଉଠାଇବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଥିଲେ। ଅର୍ଥମନ୍ତ୍ରୀଙ୍କ କର୍ପୋରେଟ ଟ୍ୟାକ୍ସ ରିହାତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମର୍ଥନ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.