Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସ୍ୱର୍ଣ୍ଣ ମନ୍ଦିରରେ ପାଳନ ହେଲା ଅପରେସନ ‘ବ୍ଲୁଷ୍ଟାର’ର ୩୭ ତମ ବାର୍ଷିକ, ଲାଗିଲା ଭିନ୍ଦ୍ରନୱଲେର ପୋଷ୍ଟର, ଶୁଣାଗଲା ଖାଲିସ୍ତାନ ଜିନ୍ଦାବାଦ ନାରା

6/06/2021 at 4:15 PM

ଅମୃତସର ୬।୬: ପୁଣି ଖାଲିସ୍ତାନ ଆନ୍ଦୋଳନକୁ ଜୀବିତ କରିବା ଲାଗି ଶିଖଙ୍କ ଉଦ୍ୟମ ରବିବାର ପ୍ରଥମ ଥର ସାମ୍ନାକୁ ଆସିଛି। ଆତଙ୍କବାଦ ଦମନ ଲାଗି ୩୭ ବର୍ଷ ପୂର୍ବେ ପଞ୍ଜାବରେ ହୋଇଥିବା ଅପରେସନ ବ୍ଲୁଷ୍ଟାରର ୩୭ତମ ବାର୍ଷିକକୁ ପ୍ରଥମ ଥର ସ୍ୱର୍ଣ୍ଣମନ୍ଦିରରେ ଧୁମଧାମରେ ପାଳନ କରାଯାଇଛି । ଏହି ଅବସରରେ ଅକାଲତକ୍ତ ସାହିବରେ ଜ୍ଞାନୀ ହରପ୍ରୀତ ସିଂହ ଶିଖ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ପାଠ କରିଥିବା ବେଳେ ଏହା ପୂର୍ବରୁ ପଢାଯାଇଥିବା ଅରଦାସରେ ଜର୍ଣ୍ଣଲ ସିଂହ ଭିନ୍ଦ୍ରନୱାଲେ, ବାବା ଠରା ସିଂହ ଓ ଜର୍ଣ୍ଣେଲ ସୁବେଗ ସିଂହକୁ ଶହିଦ ଘୋଷଣା କରାଯାଇଛି। ଏହି ଅବସରରେ ସେଠାରେ ‘ଖାଲିସ୍ତାନ ଜିନ୍ଦାବାଦ’ ନାରା ମଧ୍ୟ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଗତ ୧୫ ଅଗଷ୍ଟ ଦିଲ୍ଲୀ ଟ୍ରାକ୍ଟର ପରେଡ ବେଳେ ଲାଲ କିଲ୍ଲାରେ ଖାଲିସ୍ତାନୀ ପତାକା ଉଡାଇଥିବା ଦୀପ ସିଦ୍ଧୁ ମଧ୍ୟ ଦେଖାଯାଇଛି।

କାର୍ଯ୍ୟକ୍ରମ ଲାଗି ହରମନ୍ଦିର ସାହିବ (ସ୍ୱର୍ଣ୍ଣ ମନ୍ଦିର)କୁ ସାଜସଜ୍ଜା କରାଯାଇଥିବା ବେଳେ ସେଠାରେ ଖାଲିସ୍ତାନୀ ପତାକା ସହ ଜର୍ଣ୍ଣଲସିଂହ ଭିନ୍ଦ୍ରନୱାଲେର ପୋଷ୍ଟର ମଧ୍ୟ ଦେଖଯାଛି। ଘଟଣା ଜଣାପଡିବା ପରେ ଅମୃତସରର ସୁରକ୍ଷା କଡାକଡି ହୋଇଥିବା ବେଳେ ସହରର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ହୋଇଥିବା ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର ରହିଛି। ବ୍ଲୁଷ୍ଟାର ଅପରେସନ ଦିନକୁ ଶିଖ୍‌ ରାଷ୍ଟ୍ର ସର୍ବନାଶର ଦିନ ଭାବେ ପାଳି ଆସୁଛନ୍ତି। ଏପର୍ଯ୍ୟନ୍ତ ଚୋରା ଲୁଚାରେ ଦେଶରେ ପାଳିତ ହେଉଥିବା କାର୍ଯ୍ୟକ୍ରମ ପ୍ରଥମ ଥର ଶିଖମାନେ ସ୍ୱର୍ଣ୍ଣ ମନ୍ଦିରରେ ଆଡମ୍ବର ସହ ପାଳନ କରିଛନ୍ତି।

ଅମୃତସରରେ ପାଖାପାଖି ୭ ହଜାର ଜବାନ ମୁତୟନ ହୋଇଥିବା ବେଳେ ପୋଲିସ କମିଶନର ଡା. ସୁଖଚୈନ ସିଂହ ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି। କାର୍ଯ୍ୟକ୍ରମକୁ ନେଇ କମିଶନର ଲଗାତାର ବୈଠକ କରୁଥିବା ବେଳେ ସ୍ଥିତି ସମୀକ୍ଷା କରୁଛନ୍ତି।

   Related Posts