କରୋନାର ଦୈନିକ ସଂକ୍ରମଣରେ ହ୍ରାସ, ଦେଶରେ ଗତ ୨୪ଘଣ୍ଟାରେ ୩୭୯୭୫ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪।୧୧: କରୋନା ଭାଇରସର ଦୈନିକ ସଂକ୍ରମଣରେ ବଡ଼ ଧରଣର ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୩୭,୯୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଦିନ ଦେଶରେ ୪୪,୦୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଦେଶରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୬ଲକ୍ଷରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।   

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୩୭,୯୭୫  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶର ବର୍ତ୍ତମାନ ପର୍ଯ୍ୟନ୍ତ ୯୧,୭୭,୮୪୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୬,୦୪,୯୫୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୪୨,୩୧୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ ଆକ୍ଟିଭ୍‌ କେସ୍ ସଂଖ୍ୟା ୫ଲକ୍ଷ ତଳେ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୪,୩୮,୬୬୭ରେ ପହଞ୍ଚିଛି । ସେହିପରି କରୋନା ଏବେ ଯାଏଁ ୧,୩୪,୨୧୮ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି ।ଗତକିଛି ଦିନ ହେଲା କରୋନା ସଂକ୍ରମଣ ଦେଶର କିଛିଟା ସ୍ଥାନରେ ବଢିବାରେ ଲାଗିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି । ତେବେ ଦେଶରେ କରୋନା ସ୍ଥିତି ଓ ଟିକା ବିତରଣ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.