Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଡେଙ୍ଗୁ କବଳରେ ରାଜଧାନୀ : ନୟାପଲ୍ଲୀ ଓ ଆଇଆରସି ଭିଲେଜରେ ସର୍ବାଧିକ ୩୭୫ ଆକ୍ରାନ୍ତ

14/09/2018 at 11:41 AM

ଭୁବନେଶ୍ୱର ୧୪/୯ : ରାଜଧାନୀ ଭୁବନେଶ୍ୱରର ୨୫ ଅଂଚଳ ଡେଙ୍ଗୁ କବଜାରେ | ଏପର୍ଯ୍ୟନ୍ତ କେବଳ ରାଜଧାନୀରେ ୭୯୬ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି | ଅଣ ବିଏମସି ଅଂଚଳରେ ମାତ୍ର ୫୮ ଜଣ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ୮୫୪ ଜଣଙ୍କୁ ଚିହ୍ନଟ କରାଯାଇଛି | ଚଳିତ ବର୍ଷ ଆରମ୍ଭରୁ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ଜାରି ରହିଛି | ଚଳିତ ମାସ ୧୧ ତାରିଖ ସୁଦ୍ଧା ନୟାପଲ୍ଲୀ ଓ ଆଇଆରସି ଭିଲେଜ ଅଂଚଳରୁ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୩୭୫ ରୋଗୀ ନଜରକୁ ଆସିଥିବା ବେଳେ ବିଡିଏ ଓ ଚନ୍ଦ୍ରଶେଖରପୁର ଅଂଚଳରୁ ୩୨୬ ଜଣ ଚିହ୍ନଟ ହୋଇଛନ୍ତି | ରାଜ୍ୟ ବାହାରର ମଧ୍ୟ ୪୪ ଜଣ ଚିହ୍ନଟ ହୋଇଛନ୍ତି | ସରକାରୀ ଭାବେ ଚଳିତ ବର୍ଷ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଯଥେଷ୍ଟ ଅଧିକ |

   Related Posts