‘ଜନତା କର୍ଫ୍ୟୁ’ ଲାଗି ଦେଶରେ ୩୭୦୦ ଟ୍ରେନ ବାତିଲ, ବନ୍ଦ ରହିବ ଏୟାରଲାଇନ୍ସଙ୍କ ଉଡାଣ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୩:  କରୋନା ଜନିତ ପରିସ୍ଥିତିର ମୁକାବିଲା ଲାଗି ଭାରତର ପ୍ରସ୍ତୁତି ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ୨୨ ମାର୍ଚ୍ଚ ଜନତା କର୍ଫ୍ୟୁ ନିବେଦନର ପ୍ରସ୍ତୁତି ଏବେ ଦେଶରେ ଜୋରସୋର ଚାଲିଛି। ଏହି କ୍ରମରେ ରେଳବାଇଙ୍କ ୩ହଜାର ୭୦୦ ଟ୍ରେନ୍ ବାତିଲ ହେବାକୁ ଯାଉଥିବା ବେଳେ ଗୋ ଏୟାର ଓ ଇଣ୍ଡିଗୋ ସମେତ ବିଭିନ୍ନ ବିମାନ କମ୍ପାନୀ ସେମାନଙ୍କ ଉଡାଣ ବାତିଲ କରିବେ ବୋଲି ଜଣାପଡିଛି।

{"id":241809,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ନିୟନ୍ତ୍ରଣ ଲାଗି ରବିବାର ଲୋକଙ୍କୁ ଜନତା କର୍ଫ୍ୟୁ ଲାଗି ନିବେଦନ କରିଛନ୍ତି। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶରେ ସବୁ କିଛି ବନ୍ଦ ରହିବ। ଏଣୁ ଜନତା କର୍ଫ୍ୟୁକୁ ସଫଳ କରିବା ଲାଗି ଭାରତୀୟ ରେଳବାଇ ତାଙ୍କ ପକ୍ଷରୁ ୩ହଜାର ୭୦୦ ପାସେଞ୍ଜର, ଏକ୍ସପ୍ରେସ୍ ଓ ମେଲ ଟ୍ରେନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ସିକନ୍ଦରାବାଦ ଆଦି ଉପନଗରୀୟ ଅଞ୍ଚଳରେ ଟ୍ରେନ ସେବା ମଧ୍ୟ ହ୍ରାସ ହେବ। କେବଳ ସେତିକି ଟ୍ରେନ ଚାଲିବ ଯେତିକି ଜରୁରି ପରିବହନ ଲାଗି ଆବସ୍ୟକ।

{"id":241810,"sizeSlug":"large"}

ସେହିପରି ଘରୋଇ କ୍ଷେତ୍ରର ଏୟାରଲାନ୍ସମାନେ ମଧ୍ୟ ଜନତା କର୍ଫ୍ୟୁରେ ସାମିଲ ହେବେ ବୋଲି ଜଣାପଡିଛି। ଗୋ ଏୟାର ଓ ଇଣ୍ଡିଗୋ ସ୍ୱେଚ୍ଛାକୃତ ଭାବେ ରବିବାର ସେମାନଙ୍କ ସବୁ ଉଡାଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସେହିପରି ଭିସ୍ତାରା ମଧ୍ୟ ଘରୋଇ ଉଡାଣ ବାତିଲ କରିବେ ବୋଲି ଘୋଷଣା କରିଛନ୍ତି। ଏଣୁ ଉଡାଣ ବାତିଲ ହେଉଥିବାରୁ ପ୍ରଭାବିତ ହେଉଥିବା ଯାତ୍ରୀଙ୍କ ସହ ଏୟାରଲାଇନ୍ସମାନେ ଏବେ ସମ୍ପର୍କ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.