NDRF କ୍ୟାମ୍ପର ୪୯ଜଣ କରୋନା ପଜିଟିଭ୍‌ ପରେ ବଢିଲା ଚିନ୍ତା : କ୍ୱାରେଣ୍ଟାଇନ୍‌ରେ ଓଡିଶାର ୩୭୨ଅଗ୍ନିଶମ କର୍ମଚାରୀ, ୧୦୦ଜଣ ସ୍ୱାବ୍ ନମୁନା ସଂଗ୍ରହ‌

Published By : Prameya-News7 Bureau | June 09, 2020 IST

କଟକ ୦୯।୦୬: ଆମ୍ଫାନ ବାତ୍ୟା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ପୁନରୁଦ୍ଧାର କାମ ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ର ୫୦ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମହଲରେ ଭାଳେଣି ପଡିଛି । ଏନ୍‌ଡିଆର୍‌ଏଫ୍‌ ପରି ରାଜ୍ୟ ଅଗ୍ନିଶମ ସଂସ୍ଥାର ୩୭୨ଜଣ କର୍ମଚାରୀ କୋଲକାତା ଓ ହାୱାଡା ମହାନଗରରେ ପୁନରୁଦ୍ଧାର କାମ ସାରି ଏବେ ଫେରିଛନ୍ତି । ସମସ୍ତ କର୍ମଚାରୀ ଓ ଅଧିକାରୀ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ରାଜ୍ୟ ବାହାରୁ ଫେରିଥିବାରୁ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

{"id":283330,"sizeSlug":"large"}

ଏଥିଲାଗି ସୋମବାର ପ୍ରାଥମିକ ପର୍ଯ୍ୟାୟରେ ଶହେ ଜଣ ଫାୟାର୍‌ମ୍ୟାନ୍‌ଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୨୭୨ ଜଣ କର୍ମଚାରୀଙ୍କର କରୋନା ପରୀକ୍ଷା ଲାଗି ସ୍ୱାବ୍‌ ସଂଗ୍ରହ କରାଯିବ ବୋଲି ଅଗ୍ନିଶମ ସେବା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

{"id":283332,"sizeSlug":"large"}

କୋଲକତାରୁ ପୁନରୁଦ୍ଧାର କାର୍ଯ୍ୟ ସାରି ଅଗ୍ନିଶମ ସେବା ବାହିନୀ କର୍ମଚାରୀମାନେ ଗତ ୫ତାରିଖ ଦିନ ଫେରିଥିଲେ । କୋଭିଡ୍‌-୧୯ ନିୟମାନୁସାରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ କୃପାଜଳ ଇଞ୍ଜିନୟରିଂ କଲେଜରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା । କରୋନା ପ୍ରଭାବିତ ଅଞ୍ଚଳରେ କର୍ମଚାରୀମାନେ ନିୟୋଜିତ ହୋଇଥିବାରୁ ସମ୍ପୃକ୍ତ ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କର କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

{"id":283333,"sizeSlug":"large"}

ସୂଚନାଯୋଗ୍ୟ, ଗତ ୨୨ ତାରିଖ ଦିନ ଅଗ୍ନିଶମ ସେବା ବାହିନୀ କୋଲକାତା ଅଭିମୁଖେ ଗସ୍ତ କରିଥିଲେ । ଚିଫ୍‌ଫାୟାର୍‌ ଅଫିସର ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ୱରେ ୧୫ ଜଣ ସୁପର୍‌ ଭାଇଜର, ୩ ୨୦ ଫାୟାରମ୍ୟାନ୍‌ ଓ ଆଉ କିଛି ଅଫିସର ୪୫ଟି ଗାଡ଼ି, ୨ଶହ ପାୱାର ସ, ପାୱାର ଲାଇଟ୍‌ ସମେତ ଅନ୍ୟାନ୍ୟ ବହୁ ସରଞ୍ଜାମ ନେଇ କୋଲକତାରେ ପହଞ୍ଚିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.