ବିନା ଫିଟ୍‌ନେସ୍‌ରେ ରାଜଧାନୀରେ ଗଡୁଛି ସ୍କୁଲ ବସ୍ ; ୩୭ବସ୍‌ର ଚଳାଚଳ ବନ୍ଦ, ନିୟମିତ ଯାଞ୍ଚ୍ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 07, 2019 IST

ଭୁବନେଶ୍ବର ୭|୭: ଛାତ୍ରଛାତ୍ରୀଙ୍କ ଜୀବନ ସହ ଚାଲିଛି ଖେଳ । ରାଜଧାନୀରେ ଫିଟନେସ୍ ନଥିବା ସ୍କୁଲ ବସ୍ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ନିଆଯାଉଛି । ଫିଟନେସ୍ ନଥିବା ସ୍କୁଲ ବସ୍ ଗୁଡିକ ଉପରେ ଏଣିକି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। କିଛି ଦିନର ବ୍ୟବଧାନ ପରେ ପୁଣି ଧରପଗଡ କରିବ ପରିବହନ ବିଭାଗ ।

{"id":131450}

ଆକ୍ସନ ମୋଡରେ ପରିବହନ ବିଭାଗ। ସ୍କୁଲ ବସ୍ ର ଫିଟନେସ୍ ନଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ବାରମ୍ବାର ସ୍କୁଲ ବସ ଦୁର୍ଘଟଣା ଘଟିବା ପରେ, ଆକ୍ସନକୁ ଆସିଥିଲେ ସରକାର । କିଛି ଦିନର ବ୍ୟବଧାନ ପରେ ପୁଣି ଆକ୍ସନକୁ ଆସିଛି ପରିବହନ ବିଭାଗ । ତେବେ ଏଣିକି ନିୟମିତ ଯାଞ୍ଚ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜଧାନୀରେ ଗଡ଼ୁଥିବା ସ୍କୁଲ ବସ୍ ଗୁଡିକରୁ ୧୦୨ ଟି ବସର ଫିଟନେସ ନଥିବା ଜଣାପଡିଛି ।୩୭ଟି ବସ୍ ର ଚଳାଚଳ ବନ୍ଦ କରିଛି ପରିବହନ ବିଭାଗ । କୋମଳମତି ପିଲାମାନଙ୍କ ଜୀବନ ସହ ଖେଳୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଖୋଦ ପରିବହନ ମନ୍ତ୍ରୀ ଏକଥାକୁ ସ୍ବୀକାର କରିଛନ୍ତି । ବେଆଇନ୍ ଭାବରେ  ଏହି କାର୍ଯ୍ୟ ଚାଲିଛି । ତେଣୁ ଧରପଗଡ଼ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

{"id":131452}

ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦେଶ ଅନୁସାରେ ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଗୁଡିକରେ ଏହି ନିୟମକୁ କିପରି ପାଳନ କରାଯାଉଛି ଓ କେତେ ଉଲ୍ଲଙ୍ଘନ ହୋଇଛି ସେ ନେଇ ରାଜ୍ୟ ସରକାର ରିପୋର୍ଟ ତଲବ କରିବେ। ସ୍କୁଲ ବସ୍ ଧରାପଗଡ଼ ପରେ ଅଟୋ ଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ। ଗୋଟିଏ ଅଟୋରେ ୬ ପିଲା ଯିବାର ନିୟମ ରହିଥିବାବେଳେ, ଅଧିକ ପିଲାଙ୍କୁ ନେଇ ଯାଉଛନ୍ତି ଅଟୋ ଚାଳକ। ସେପଟେ ଲାଇସେନସ୍ ନଥାଇ ଅଭିଭାବକମାନେ ପିଲାମାନଙ୍କ ଗାଡ଼ି ଚଲେଇବାକୁ ଦେଉଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

{"id":131454}

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରାକରଙ୍କ ପରିବହନ ବିଭାଗ ଏ ଦିଗରେ କଣ ପଦକ୍ଷେପ ନେଉଛି ତାକୁ ହିଁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.