Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

କରୋନାର ଦୈନିକ ସଂକ୍ରମଣରେ ସର୍ବାଧିକ ହ୍ରାସ, ଗତ ୨୪ଘଣ୍ଟାରେ ୩୬୪୬୯ନୂଆ ସଂକ୍ରମିତ ଚିହ୍ନଟ

27/10/2020 at 10:35 AM

ନୂଆଦିଲ୍ଲୀ ୨୭।୧୦: ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଏବେ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି । ଗତ କିଛି ଦିନ ହେଲ କ୍ରମାଗତ ଭାବେ ସଂକ୍ରମଣ ଗ୍ରାଫ ତଳକୁ ଆସୁଛି । ଯାହାକି ଏକ ଶୁଭ ଖବର ବୋଲି ଅନୁମାନ କରାଯାଉଛି । ତେବେ ମଙ୍ଗଳବାର ଦିନ ଦେଶରେ ୩୬,୪୬୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୭୨ଲକ୍ଷ ପାର୍‌ ହୋଇଛି ।  

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସର ୩୬,୪୬୯ଟି ନୂଆ କେସ୍‌ ଆସିଛି ।ସେହିପରି ଏହି ସମୟରେ ୪୮୮ଜଣ ଲୋକଙ୍କ ମୃତ୍ୟୁ  ହୋଇସାରିଛି । କୋଭିଡ଼-୧୯ରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୯,୪୬,୪୨୯ଜଣ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ଦେଶରେ କରୋନାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୨,୦୧,୦୭୦ଜଣ ସୁସ୍ଥ ହୋଇସାରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ୬୩,୮୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ ଲଗାତର ଭାବେ ଭାଇରସରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବହୁତ ରହିଛି ।ଦେଶରେ କରୋନାରେ ଆକ୍ଟିଭ କେସ୍‌ ସଂଖ୍ୟା ୭ଲକ୍ଷ ତଳେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬,୨୫,୮୫୭ଟି ଆକ୍ଟିଭ୍‌ କେସ୍ ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୨୭,୮୬୦ମାମଲା ହ୍ରାସ ପାଇଛି । ସେହିପରି ଏବେ ଯାଏଁ ଦେଶରେ ୧,୧୯,୫୦୨ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

   Related Posts