ଅନଲାଇନରେ ମଦ କିଣିବାକୁ ଯାଇ ବରବାଦ ହେଲେ ଭୁବନେଶ୍ୱରର ଯୁବକ, ମଦ ମିଳିଲାନି ଆକାଉଣ୍ଟରୁ ଚାଲିଗଲା ୩୬ ହଜାର

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର, ୨୫|୦୫: ଅନଲାଇନରେ ମଦ ବିକ୍ରି ପାଇଁ ସରକାର ଏବଂ ମଦ ବ୍ୟବସାୟୀ ସଂଘ ରାଜି ହେବା ପରେ ଏବେ ମାଳମାଳ ଠକେଇ ଅଭିଯୋଗ ବି ଆସିବାରେ ଲାଗିଛି। ଅନଲାଇନରେ ମଦ  କିଣିବାକୁ ପ୍ରୟାସ କରି ହଟହଟା ହୋଇଛନ୍ତି ଅନେକ ଯୁବକ |ଏମିତି ଏକ ଅଭିଯୋଗ କରିଛନ୍ତି ଭୁବନେଶ୍ବରରେ ରହୁଥିବା ନିଆଳିର ଜଣେ ଯୁବକ। ମଦ ତ ମିଳିଲାନି କିନ୍ତୁ ଆକାଉଣ୍ଟରୁ ଗୋଲ ହୋଇଯାଇଛି ୩୬ ହଜାର ଟଙ୍କା। 

ମଦ କିଣିବାକୁ ଯାଇ ଆକାଉଣ୍ଟରୁ ଗୋଲ ହୋଇଗଲା ୩୬ ହଜାର ଟଙ୍କା। ଏମିତି କିଛି ଅଭିଯୋଗ କରିଛନ୍ତି ଭୁବନେଶ୍ବରରେ ରହୁଥିବା ନିଆଳିର ଜଣେ ଯୁବକ। ସେ କିଛି ଟ୍ରାନଜାକ୍ସନ ଡିଟେଲ ଦେଇଛନ୍ତି ଯେଉଁଥିରୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ତାଙ୍କର ଦୁଇଟି ଆକାଉଣ୍ଟରୁ ଟଙ୍କା ଯାଇଥିବା ସେ ଅଭିଯୋଗ କରିଛନ୍ତି। ଫେସବୁକରୁ ଭୁବନେଶ୍ବର କଟକ ରୋଡର ଏକ ନାମି ମଦ ଦୋକାନ ନାଁରେ ଏକ ନମ୍ବର ପାଇଥିଲେ ରାଜେନ୍ଦ୍ର ସାହୁ। ହ୍ବାଟସ ଆପରେ ମେସ୍‌ଜ ପରେ ମଦ ପାଇଁ ବୁକିଂ କଲେ । ମେ ୨୪ ସମୟ ୫ଟା ୫୧।  ଆଡଭାନ୍‌ସରେ ପ୍ରଥମେ ଦେଇଥିଲେ ୯୫୦ ଟଙ୍କା । ଏହାପରେ ତାଙ୍କ ନିକଟକୁ ଆସିଲା ଏକ ସ୍କାନ କୋଡ। ଆଉ ଏଥିରେ ସ୍କାନ କରିବା ଲାଗି ସେପଟୁ ଆସିଥିଲା ମେସେଜ୍‌। ଏହା ଭିତରେ ଗୋଟିଏ ପରେ ଗୋଟିଏ ଟ୍ରାନ୍‌ଜାକ୍ସନରେ ତାଙ୍କ ଆକାଉଣ୍ଟରୁ ଚାଲିଯାଇଥିଲା ୩୬ ହଜାର ଟଙ୍କା।

{"id":275910,"width":748,"height":503,"sizeSlug":"large"}

ରାଜେନ୍ଦ୍ର ଯେତେବେଳେ ଜାଣିଲେ ସେ ଠକେଇର ଶିକାର ହୋଇଛନ୍ତି ସେ ମୁଣ୍ଡରେ ହାତ ଦେଇଥିଲେ । କେବଳ ରାଜେନ୍ଦ୍ର କାହିଁକି ଫେସବୁକରୁ ଏମିତି ନମ୍ବର ନେଇ ଠକେଇର ଶିକାର ହୋଇଥିବା ଆଉ କିଛି ଯୁବକ ମଧ୍ୟ ଲେଖିଛନ୍ତି। ଏବେ ଏସବୁ ନମ୍ବର ସ୍ବିଚ ଅଫ୍‌ । ଏମିତିକି ଠକେଇ କରିଥିବା ଆନ୍ଥୋନି ଡିସୁଜାଙ୍କ ନିକଟକୁ ରାଜେନ୍ଦ୍ର ଫୋନ କରିବା ପରେ ଆସିଥିଲା ଧମକଚମକ।

{"id":275912,"width":747,"height":526,"sizeSlug":"large"}

ଗୋଟିଏ ପଟେ ପ୍ରକାଶ କହୁଛନ୍ତି ସେ ଅଭିଯୋଗ କରିବାକୁ ଗଲା ବେଳେ ପୋଲିସ ଶୁଣିଲାନି ସେପଟେ କମିଶନରେଟ ପୋଲିସର କହିବା କଥା ଅଭିଯୋଗ ମିଳିନାହିଁ। ତେବେ ଆପଣ ଜାଣି ରଖନ୍ତୁ ସରକାର ଯେଉଁ ଅନଲାଇନ ମଦ ବିକ୍ରିର ବ୍ୟବସ୍ଥା କରିଛନ୍ତି ଏଥିରେ ଡେଲିଭରି ସମୟରେ ହିଁ ଟଙ୍କା ଦେବାକୁ ପଡ଼ିବ। ମାନେ ଏ ହାତରେ ବୋତଲ ଧରିବେ ସେ ହାତରେ ଟଙ୍କା ଦେବେ। ତେଣୁ ଆଗୁଆ କାହାକୁ ଟଙ୍କା ଦେଇ ଠକଙ୍କୁ ନିମନ୍ତ୍ରଣ କରନ୍ତୁ ନାହିଁ। ନହେଲେ ତଣ୍ଟି ଶୁଖିଲା ରହିବ ଆଉ ଆକାଉଣ୍ଟ ଫାଙ୍କା ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.