Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଲୋକପ୍ରିୟ ମଡେଲ ମୋନା ରାୟଙ୍କ ମୃତ୍ୟୁ, ପୂଜା ଦେଖି ଫେରୁଥିବା ବେଳେ ଝିଅ ସାମ୍ନାରେ ଗୁଳିମାଡ କରିଥିଲେ ଦୁର୍ବୁତ୍ତ

17/10/2021 at 4:32 PM

ପାଟନା ୧୭/୧୦ : ବିହାରର ଲୋକପ୍ରିୟ ମଡେଲ ମୋନା ରାୟଙ୍କ ପରଲୋକ ହୋଇଛି । ହସ୍ପିଟାଲରେ ଜୀବନ ଯୁଦ୍ଧରେ ଲଢୁଥିବା ମୋନା ରାୟ ଶେଷରେ ହାରିଯାଇଛନ୍ତି । ଗତ ମଙ୍ଗଳବାର ଦିନ ୨ ଜଣ ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ସୂଚନାଯୋଗ୍ୟ, ସୋନା ରାୟ ତାଙ୍କ ଝିଅ ସହ ଦୁର୍ଗା ପୂଜା ଦେଖି ଫେରୁଥିବା ବେଳେ ରାତି ପ୍ରାୟ ୧୦ ଟା ସମୟରେ ଏହି କାଣ୍ଡ ଭିଆଇଥିଲେ ଦୁର୍ବୁତ୍ତ । ଗତ ମଙ୍ଗଳବାର ରାତିରେ ୨ ଜଣ ଅଜ୍ଞାତ ଯୁବକ ପାଟନାର ରାଜୀବ ନଗର ଥାନା ଅଞ୍ଚଳର ରାମ ନଗରୀ ନିକଟରେ ସୋନାଙ୍କ ଝିଅ ସାମ୍ନାରେ ହିଁ ତାଙ୍କୁ ଗୁଳିମାଡ କରିଥିଲେ । ତାଙ୍କ ଘର ନିକଟରେ ହିଁ ଗୁଳିମାଡ ହୋଇଥିଲା । ଗୁଳିକାଣ୍ଡରେ ମୋନା ରାୟଙ୍କ ୧୧ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ ।

5 दिन तक तड़पने के बाद मॉडल की हुई मौत, शूटर्स ने बेटी के सामने घर के  दरवाजे पर मारी थी गोली.. | bihar news mona roy died patna criminals shoots  during

ମଡେଲଙ୍କ ମୃତ୍ୟୁକୁ ନେଇ ବିହାରରେ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ । ପୋଲିସ କହିବା ମୁତାବକ, ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଏବେ ମୋନାଙ୍କ ମୃତ୍ୟୁ ପରେ ପୋଲିସ ପାଇଁ ତଦନ୍ତ ପ୍ରକ୍ରିୟା ଆହୁରି ଚ୍ୟାଲେଞ୍ଜ ହେବ । ଗୁଳିମାଡ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ହତ୍ୟାକରୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ମୋନା ରାୟ ଜଣେ ଲୋକପ୍ରିୟ ମଡେଲ ଥିଲେ । ୨୦୨୧ ମିସ୍‌ ଆଣ୍ଡ ମିସେସ୍‌ ଗ୍ଲୋବାଲ ବିହାରରେ ସେ ରନର୍ସ ଅପ୍‌ ହୋଇଥିଲେ । ସୋସିଆଲ ମିଡିଆ ସାଇଟ୍‌ରେ ସେ ଖୁବ ଲୋକପ୍ରିୟ ଥିଲେ । ଏହାପରେ ତାଙ୍କୁ ମଡେଲ ହେବା ପାଇଁ ସୁଯୋଗ ମିଳିଥିଲା ।

Bihar News: मॉडल मोना राय की मौत, बेटी के सामने ही बदमाशों ने मारी थी गोली,  patna 36 year old model mona roy dies

   Related Posts