Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||

୩୬ ବର୍ଷ ପୂର୍ବେ ଆଜିର ଦିନରେ ୱେଷ୍ଟଇଣ୍ଡିଜ୍ କୁ ହରାଇ ୱାର୍ଲଡକପ୍ ଜିତିଥିଲା ଭାରତ, ବିଜୟର ମହାନାୟକ ଥିଲେ କପିଲ

26/06/2019 at 3:49 PM

ମଞ୍ଚେଷ୍ଟର ୨୫।୬ : ଇଣ୍ଡିଆ ୩୬ ବର୍ଷପୂର୍ବେ ଆଜିର ଦିନରେ ଜିତିଥିଲା ଆଇସିସି ପ୍ରଥମ ବିଶ୍ୱକପ୍। ୧୯୮୩ ମସିହା ଜୁନ ୨୫ ତାରିଖରେ ଅନୁଷ୍ଠିତ ଏହି ମ୍ୟାଚ୍ ଇଂଲଣ୍ଡର ଲର୍ଡସ୍ ରେ ଖେଳାଯାଇଥିଲା। ପୂର୍ବରୁ ଦୁଇଥର ବିଶ୍ୱବିଜେତା ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ପ୍ରଥମଥର ଟାଇଟଲ ଜିଣିଥିଲା ଭାରତ।  ଏହା ଥିଲା ଆଇସିସି ୱାର୍ଲଡକପ୍ ର ତୃତୀୟ ସଂସ୍କରଣ। ବିଶ୍ୱକପ୍ ଏହି ସଂସ୍କରଣରେ ମୋଟ ୨୭ଟି ମ୍ୟାଚ୍ ଖେଳାଯାଇଥିଲା। ଏଥିରୁ ଭାରତ ଭାଗରେ ପଡିଥିଲା ୮ଟି ମ୍ୟାଚ୍ । ଏଥିରୁ ଟିମ୍ ଇଣ୍ଡିଆ ୨ଟିରେ ହାରିଥିଲା। ତେବେ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତର ଯାତ୍ରା ଏତେ ସହଜ ନଥିଲା। କାରଣ ଲିଗ୍ ମ୍ୟାଚ୍ ର ପ୍ରଥମ ମ୍ୟାଚଟି ପୂର୍ବ ବିଶ୍ୱକପ୍ ଚାମ୍ପିୟନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଥିଲା। ଏହା ଛଡା ଟୁର୍ଣ୍ଣାମେଣ୍ଟରେ ଭାରତ ୬ଟି ଗ୍ରୁପ ମ୍ୟାଚ୍ ମଧ୍ୟରୁ୨ଟିରେ ହାରିଯାଇଥିଲା। ଯଦି ତୃତୀୟଟି ହାରିଥାନ୍ତା ହୁଏତ ସେ ବର୍ଷ ଟିମକୁ ବିଶ୍ୱକପ୍ ରୁ ବିଦାୟ ନେବାକୁ ପଡିଥାନ୍ତା। ତେବେ ତୃତୀୟ ମ୍ୟାଚ୍ ରେ ଅଧିନାୟକ କପିଲ ଦେବଙ୍କ ଏକାକୀ ୧୭୫ ରନର ସ୍କୋର ଟିମ୍ ର ମନବଳକୁ ସୁଦୃଢ କରିଥିବା ବେଳେ ପରେ ଅଷ୍ଟ୍ରେଲିଆକୁ ହରାଇ ସେମିରେ ନିଜର ସ୍ଥାନ ପକ୍କା କରିଥିଲା। ତେବେ କେମିତି ଥିଲା୧୯୮୩ ୱାର୍ଲଡ କପ୍ ର ଟର୍ଣ୍ଣିଂ ପଏଣ୍ଟ ଆସନ୍ତୁ ଜାଣିବା।

ୱାର୍ଲଡ କପରେ ପ୍ରଥମରୁ ହିଁ ଭାରତକୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ମ୍ୟାଚଟି ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ରେ ପରାସ୍ତ ହୋଇଥିଲା। ତେବେ ତୃତୀୟ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଥିବା ବେଳେ  ଅଧିନାୟକ କପିଲ ଦେବଙ୍କ ବ୍ୟକ୍ତିଗତ ସ୍କୋର ୧୭୫ ରନ ବଳରେ ଭାରତ ବିଜୟୀ ହୋଇଥିଲା। ଯଦି କପିଲ ୧୭୫ ରନର ଇନିଂସ ଖେଳିନଥାନ୍ତେ ତେବେ ଭାରତର ଏହା ଲଗାତାର ତୃତୀୟ ପରାଜୟ ହୋଇଥାନ୍ତା। ଏହା ସହିତ ଟିମର ବିଶ୍ୱକପ୍ ମନୋବଳ ମଧ୍ୟ ଭାଙ୍ଗିଯାଇଥାନ୍ତା। ଜିମ୍ବାୱେ ପରବର୍ତ୍ତି ମ୍ୟାଚ୍ ଟି ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା। ତେବେ ଜିମ୍ବାୱେ ବିରୋଧରେ ଟିମ୍ଇଣ୍ଡିଆର ବିଜୟର ପ୍ରଭାବ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସେମିରେ ପ୍ରବେଶ କରିବା ସହ ପରେ ଫାଇନାଲରେ ମଧ୍ୟ ନିଜର ସ୍ଥାନ ପକ୍କା କରିଥିଲା।  

ଗ୍ରୁପ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ଷଷ୍ଠ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଥିଲା। ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୪୮ ରନ କରିଥିଲା। ଏହି ସ୍କୋରକୁ ଫଲୋ କରି ଷ୍ଟାଡିୟମକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ତେବେ ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବୋଲର ରୋଜର ବିନ୍ନି ଓ ମଦନ ଲାଲଙ୍କ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ କଙ୍ଗାରୁ ଟିମ୍। ମ୍ୟାଚ୍ ରେ ଉଭୟ ବୋଲର ପ୍ରତ୍ୟେକ ୪ଟି କରି ୱିକେଟ ପାଇଥିଲେ। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସେମି ଫାଇନାଲକୁ ଉନ୍ନିତ ହୋଇଥିଲା। ତେବେ ଇଂଲଣ୍ଡ ଲର୍ଡସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ଫାଇନଲରେ ଭାରତ ମାତ୍ର  ୧୮୩ ରନ ସ୍କୋର କରି ପାରିଥିଲା। ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ରେ ଏତେ କମ୍ ସ୍କୋରକୁ ନେଇ ପ୍ରଥମରୁ ଭାରତର ବିଜୟ ନେଇ ଆଶଙ୍କା ଲାଗି ରହିଥିଲା। ତେବେ ଆରମ୍ଭରୁ ୱେଷ୍ଟଇଣ୍ଡିଜ ଖେଳାଳିମାନେ ଖରାପ ପ୍ରଦର୍ଶନ କରିଥିବା ବେଳେ ଟିମ୍ ର ତତ୍କାଳୀନ ଅଧିନାୟକ ଭିଭିଆନ୍ ରିଚାର୍ଡସ ଇିନିଂସକୁ ସମ୍ଭାଳି ନେଇଥିଲେ। ରିଚାର୍ଡ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ୭ଟି ଚୌକା ମାରିସାରିଥିଲେ। ଠିକ୍ ଏତିକି ବେଳେ ମଦନ ଲାଲଙ୍କ ଗୋଟିଏ ବଲକୁ ରିଚାର୍ଡସ୍ ମିଡ୍ ୱିକେଟ୍ ଦିଗରୁ ସଟ୍ ମାରିଥିଲେ। ଯାହାକୁ କପିଲ ସେଠାରେ ଫିଲ୍ଡିଂ କରୁଥିବା ଖେଳାଳିଙ୍କ ପଛରୁ ଆସି ଧରିନେଇଥିଲେ।  ବିଶ୍ୱକପ୍ ଫାଇନାଲରେ କପିଲଙ୍କ ଏହି କ୍ୟାଚ୍ ହିଁ ଟିମ୍ ଇଣ୍ଡିଆକୁ ପ୍ରଥମ ଚାମ୍ପିୟନ ହେବାର ସ୍ୱାଦ ଚଖାଇଥିଲା।

୧୯୮୩ ବିଶ୍ୱକପ୍ ରେ କପିଲ ଟିମ୍ ର  କ୍ୟାପ୍ଟେନ ଥିବା ବେଳେ ସୁନିଲ ଗାଭାସ୍କର ଓପ୍ନର ବ୍ୟାଟସ୍ ମ୍ୟାନ ଥିଲେ। ସେତେବେଳେ ମହେନ୍ଦ୍ର ଅମର ନାଥ ଟିମ୍ ର ମୁଖ୍ୟ ବୋଲର, ରବୀ ଶାସ୍ତ୍ରୀ ଅଲରାଉଣ୍ଡର ଥିଲେ। ମଦନଲାଲା ସେତେବେଳେ ଟିମର ଅନ୍ୟତମ ପ୍ରମୁଖ ବୋଲର ଭାବେ ଗଣତି ହେଉଥିବା ବେଳେ କେ.ଶ୍ରୀକାନ୍ତ ଥିଲେ ଓପ୍ନର ବ୍ୟାଟସ୍ ମ୍ୟାନ୍। ସେହିପରି ଟିମରେ ସନ୍ଦିପ ପାଟିଲ, ରୋଜର ବିନ୍ନି, ୟଶପାଲ ଶର୍ମା, ସୟଦ କିରମାନୀ ଓ ବଲବିନ୍ଦର ସିଂ ସାନ୍ଧୁ  ଆଦି ଖେଳାଳିମାନେ ଥିଲେ।

   Related Posts