Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଭିନ୍ନ ସମସ୍ୟା ନେଇ ହଷ୍ଟେଲ ଛାଡିଲେ ୩୬ ଛାତ୍ର

10/09/2019 at 8:49 AM

ରାୟଗଡ ୧୦।୯: ରାୟଗଡା ବ୍ଲକ୍ ବିଲେସୁ ଉଚ୍ଚ ବିଦ୍ୟାଳୟର ୩୬ ଛାତ୍ର ଆଜି ଭୋରରୁ ହଷ୍ଟେଲ ଛାଡିଛନ୍ତି । ହଷ୍ଟେଲ ଛାଡି ସେମାନେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି । ବିଦ୍ୟାଳୟରେ ଠିକ୍ ଭାବେ ଖାଦ୍ୟ ପ୍ରଦାନ କରାଯାଉନଥିବା, ପାଠପଢା ପାଇଁ ଶିକ୍ଷକ-ଶିକ୍ଷୟତ୍ରୀ ନଥିବା ଏବଂ ପାଇଖାନାର ଅଭାବ ଥିବା ଦର୍ଶାଇ ହଷ୍ଟେଲ ଛାଡିଛନ୍ତି ଛାତ୍ର ।

ହଷ୍ଟେଲ ଛାଡିବା ପରେ ଅଟୋ ଯୋଗେ ପ୍ରଥମେ ଜେମାଦେଈପେଣ୍ଠ ଛକ ଓ ସେଠାରୁ ବସ୍ ଯୋଗେ ରାୟଗଡା ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ଦାବି ଜଣାଇବେ ବୋଲି ଛାତ୍ରମାନେ କହିଛନ୍ତି ।

   Related Posts