ବଢୁଛି ସଂକ୍ରମିତଙ୍କ ସଂଖ୍ୟା : ଆକ୍ସନରେ ସରପଞ୍ଚ, ପଞ୍ଚାୟତକୁ ୩୬ଘଣ୍ଟା ପାଇଁ ସଟ୍‌ଡାଉନ୍‌

Published By : Prameya-News7 Bureau | July 02, 2020 IST

ଆଠଗଡ଼ ୦୨।୦୭: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ । ଯାହାକୁ ନେଇ ରାଜ୍ୟ ସରକାର ଓ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଆଠଗଡ ବଡମ୍ବା ଗ୍ରାମ ପଞ୍ଚାୟତରେ କରୋନା ପଜିଟିଭ୍‌ ବାହାରିବା ପରେ ପଦକ୍ଷେପ ନେଇଛନ୍ତି ସରପଞ୍ଚ । ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ବଡମ୍ବା ଗ୍ରାମ ପଞ୍ଚାୟତକୁ ୩୬ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।  

{"id":294671,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଡ଼ମ୍ବା ଗ୍ରାମ ପଞ୍ଚାୟତରେ ଥାନା ଅଧିକାରୀଙ୍କ କିଛି ଦିନ ତଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଯାହାଫଳରେ କିଛି  ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ୍‌ ଓ ସଟ୍‌ଡାଉନ୍‌ ଘୋଷଣ କରାଯାଇଥିଲା । ଅଞ୍ଚଳରେ ମୋଟ ୧୪ ଜଣଙ୍କର ପଜିଟିଭ ବାହାରିବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା‌ ରହିଥିବା କାରଣରୁ ବଡ଼ମ୍ବା ଗ୍ରାମ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।   ବଡ଼ମ୍ବା ଗ୍ରାମ ପଞ୍ଚାୟତକୁ ୦୨ ତାରିଖ ଦିନ ୧୦ ଟାରୁ ଆସନ୍ତା ୦୩ ତାରିଖ ରାତ୍ର ୧୦ ପଯ୍ୟନ୍ତ ସଟ୍‌ଡାଉନ ଘୋଣଷା କରାଯାଇଛି । ମୋଟ ୩୬ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.