ଭୟ ମାହୋଲ କାରଣରୁ ଦେଶ ଛାଡିଛନ୍ତି ୩୫୦୦୦ ଉଦ୍ୟୋଗୀ, ଗୁରୁତର ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ଅର୍ଥ ମନ୍ତ୍ରୀ

Published By : Prameya-News7 Bureau | October 22, 2021 IST

କୋଲକାତା ୨୨।୧୦: କେନ୍ଦ୍ରର ମୋଦୀ ସରକାର ଉପରେ ଗୁରୁତର ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ଅର୍ଥ ମନ୍ତ୍ରୀ। ୨୦୧୪ ରୁ ୨୦୨୦ ମଧ୍ୟରେ ପ୍ରାୟ ୩୫ ହଜାର ଉଦ୍ୟୋଗି ଦେଶ ଛାଡି ଚାଲି ଯାଇଥିବା କହିଛନ୍ତି ଅର୍ଥ ମନ୍ତ୍ରୀ ଅମିତ୍ ମିଶ୍ର। ସେ କହିଛନ୍ତି, ଭୟର ମାହୋଲ କାରଣରୁ ଉଦ୍ୟୋଗି ଦେଶ ଛାଡି ଚାଲି ଯିବାକୁ ଉଚିତ୍ ମଣିଛନ୍ତି। ଏଥିସହ ଏହି ମାମଲାରେ ସଂସଦରେ ଶ୍ଵେତପତ୍ର ଜାରି କରିବାକୁ ସେ ସରକାରଙ୍କଠାରେ ଦାବି କରିଛନ୍ତି।

ପଶ୍ଚିମବଙ୍ଗ  ଅର୍ଥ ମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ଫେରାର ସମସ୍ତ ଉଦ୍ୟୋଗପତି ବିତ୍ତଶାଳୀ ଥିଲେ। ଏବେ ସେମାନେ ପ୍ରବାସୀ  ଭାରତୀୟ  ହୋଇ ଯାଇଛନ୍ତି। ସେମାନେ ଭାରତରେ ନିଜ ବ୍ୟବସାୟକୁ ନେଇ ସୁରକ୍ଷିତ ମଣି ନଥିବା ସେ କହିଛନ୍ତି।

ମିତ୍ର କହିଛନ୍ତି, ଦୁନିଆରେ ପଳାୟନ ମାମଲାରେ ଭାରତ ଏକ ନମ୍ବରରେ ରହିଛି। ଏହାର କାରଣ ଦେଶରେ ଜାରି ଭୟର ମାହୋଲ ? ତେଣୁ ପ୍ରଧାନମନ୍ତ୍ରୀଙ୍କ ନିଜ ଶାସନରେ ଉଦ୍ୟୋଗପତିଙ୍କ ଏହି ପଳାୟନ ଉପରେ ସଂସଦରେ ଶ୍ଵେତପତ୍ର  ଜାରି କରିବା ଉଚିତ୍।

ଅମିତ୍ ମିତ୍ର କହିଛନ୍ତି, ମୋର୍ଗାନ ଷ୍ଟାନଲିର ରିପୋର୍ଟ ଅନୁସାରେ, ୨୦୧୪ରୁ ୨୦୧୮ ମଧ୍ୟରେ ପ୍ରାୟ ୨୩ ହଜାର ବିତ୍ତଶାଳୀ ଭାରତ ଛାଡିଛନ୍ତି। ଏହା ଦୁନିଆରେ ସବୁଠୁ ବଡ ଖରାପ ସ୍ଥିତି। ଗ୍ଲୋବାଲ ହେଲ୍‌ଥ ମାଇଗ୍ରେସନ ରିପୋର୍ଟ ଅନୁସାରେ ୨୦୧୯ରେ ୭୦୦୦ ଓ ୨୦୨୦ରେ ୫୦୦୦ ବ୍ୟବସାୟୀ ଦେଶ ଛାଡିଛନ୍ତି।  ପଶ୍ଚିମବଙ୍ଗ ଅର୍ଥ ମନ୍ତ୍ରୀ ଏହି ମାମଲାରେ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲଙ୍କ ସମାଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.