ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ କ୍ଵାରେଣ୍ଟାଇନ ହେଲେ ୩୫୦ ପୋଲିସ ଅଧିକାରୀ: ସ୍ୱାଧୀନତା ଦିବସରେ ଦେବେ ଗାର୍ଡ ଅଫ ଅନର

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯/୦୮ : ଚଳିତ ବର୍ଷ ସ୍ୱାଧୀନତା ଦିବସରେ ସେହି ଧୂମଧାମ ସମାରୋହ ଦେଖିବାକୁ ମିଳିବନି ଯାହା ପ୍ରତିବର୍ଷ ଦେଖିବାକୁ ମିଳେ | କରୋନା ମହାମାରୀ ଯୋଗୁଁ ଏଥର କୌଣସି ପର୍ବ ପର୍ବାଣି ଧୂମଧାମରେ ପାଳନ କରାଯାଉନାହିଁ | ସ୍ୱାଧୀନତା ଦିବସ ମଧ୍ୟ ଧୂମଧାମରେ ପାଳନ ହେବନାହିଁ | ସ୍ୱାଧୀନତା ଦିବସ ପାଇଁ ଏଥର କିଛି ବିଶେଷ ପ୍ରସ୍ତୁତି କରାଯାଇଛି | ସମାରୋହ ପୂର୍ବରୁ ୩୫୦ ପୋଲିସ କର୍ମୀଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ଏହି ୩୫୦ ପୋଲିସ କର୍ମୀ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର କାର୍ଯ୍ୟକ୍ରମରେ ସାମିଲ ହେବେ | ମୋଦିଙ୍କ ସୁରକ୍ଷା ଦୃଷ୍ଟିରୁ ଏହିଭଳି ପଦକ୍ଷେପ ନିଆଯାଇଛି |

{"id":311954,"sizeSlug":"large"}

ଦିଲ୍ଲୀ କେଣ୍ଟରେ ହୋଇଥିବା ନୂଆ ପୋଲିସ କଲୋନୀରେ ୩୫୦ ପୋଲିସକର୍ମୀଙ୍କୁ ସ୍ଥାନାନ୍ତର କରାଯାଇଛି | ଏମାନଙ୍କ ମଧ୍ୟରେ କନେଷ୍ଟବଳ ରେଙ୍କରୁ ଡିସିପି ରେଙ୍କର ପୋଲିସ ସାମିଲ ଅଛନ୍ତି | ସଂକ୍ରମଣ ଲକ୍ଷଣ ଯାଞ୍ଚ ସହ ଏମାନଙ୍କ ଶରୀରର ତାପମାତ୍ରା ମଧ୍ୟ ପ୍ରତିଦିନ ଯାଞ୍ଚ କରାଯାଉଛି | ପୋଲିସ ଅଧିକାରୀ କହିଛନ୍ତି ଯେ ଏମାନଙ୍କୁ ୮ ଦିନ ହେଲା କ୍ଵାରେଣ୍ଟାଇନରେ ରଖାଯାଇଛି | କମ୍ପଲେକ୍ସରେ ସାମାଜିକ ଦୂରତା ଉପରେ ପୁରା ଦୃଷ୍ଟି ଦିଆଯାଉଛି | ଏବେ ସୁଦ୍ଧା କାହା ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇନାହିଁ | ରେଡ କାର୍ପେଟରେ ଗାର୍ଡ ଅଫ ଅନର ସମୟରେ ପ୍ରଧାନମନ୍ତ୍ରୀ, କମାଣ୍ଡର ଓ ଯବାନଙ୍କ ମଝିରୁ ଯାଇଥାନ୍ତି | ଏହାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି | 

{"id":311955,"sizeSlug":"large"}

ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ସମାରୋହରେ ପାଖାପାଖି ୧୦ ହଜାର ସ୍କୁଲ ଛାତ୍ରଛାତ୍ରୀ ସାମିଲ ହୁଅନ୍ତି | କିନ୍ତୁ ଏଥର ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେବେନାହିଁ | ସ୍କୁଲ ଛାତ୍ରଛାତ୍ରୀଙ୍କ ବଦଳରେ ୫୦୦ ଏନସିସି ଓ କରୋନା ଯୋଦ୍ଧାଙ୍କୁ ଆମନ୍ତ୍ରିତ କରାଯାଇଛି | ପାରାଗ୍ଲାଇଡର୍, ଡ୍ରୋନ୍ ଓ ଅନ୍ୟାନ୍ୟ ଫ୍ଲାଇଙ୍ଗ ଅବଜେକ୍ଟିଭକୁ ନେଇ ସମ୍ପୂର୍ଣ ସତର୍କ ରହିବାକୁ କୁହାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.