Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୩୫ ବର୍ଷ ବୟସ୍କା ଅବିବାହିତ ମହିଳାଙ୍କୁ ଧର୍ମଶାଳା ଏମଇ ସ୍କୁଲ ନିକଟରେ ଦୁଷ୍କର୍ମ

30/01/2019 at 7:51 PM

ସୋନପୁର୩୦|୧: ସୋନପୁର ଦିଲ୍ଲା ବୀରମହାରାଜ ଥାନା ଅନ୍ତର୍ଗତ ଧର୍ମଶାଳାରେ ଜଣେ ୩୫ ବର୍ଷ ବୟସ୍କ ମହିଳାଙ୍କୁ ଦୁଷ୍କର୍ମ ହୋଇଛି । ଗଣ୍ଡପାଲିର ଏହି ଅବିବାହିତ ମହିଳା ଆଜି ଧର୍ମାଶାଳାର ଏକ ବ୍ୟାଙ୍କକୁ ଆକାଉଣ୍ଟ ଖୋଲିବା ପାଇଁ ଆସିଥିଲେ । ବ୍ୟାଙ୍କ କାମ ସରିବା ପରେ ସେ ନିଜ ଗାଁଖୁ ଫେରୁଥିବାବେଳେ ଏକ ହୋଟେଲରେ ଜଳଖିଆ କରୁଥିଲେ ।

ଏହି ସମୟରେ ସେଠାରେ ସହରିପାଲି ଗାଁର ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା । ଗଣେଶ ତାଙ୍କୁ ଗାଁରେ ଛାଡିଦେବ ବୋଲି କହି ସାଙ୍ଗରେ ନେଇଥିଲା ତେବେ  ଧର୍ମଶାଳା ଏମଇ ସ୍କୁଲ ପାଖ କ୍ଷେତକୁ ଟେକିନେଇ ଦୁଷ୍କର୍ମ କରିବା ସହ ଫେରାର ହୋଇଯାଇଥିଲା ।

ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଚିକ୍ତିସା ପାଇଁ ହସପିଟାଲରେ ଭର୍ତ୍ତି କରିଛନ୍ତି । ଦୁଷ୍କର୍ମ କରିଥିବା ବ୍ୟକ୍ତି ନିକଟସ୍ଥ ସହରିପାଲି ଅଂଚଳର ଗଣେଶ ବୋଲି ପିଡୀତା ପୋଲିସକୁ ସୂଚନା ଦେବା ସହ ତାକୁ ସେ ଚିହ୍ନନ୍ତି ବୋଲି କହିଛନ୍ତି । ପୋଲିସ ମହାଳାଙ୍କ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ କରିଛି ।  

   Related Posts