ମଧ୍ୟାହ୍ନ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 20, 2019 IST

ମାଲକାନଗିରି ୨୦|୮: ମଧ୍ୟାହ୍ନ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ । ମାଲକାନଗିରି ଚିତ୍ରକୋଣ୍ଡା ଟେମପୋରାରି ପ୍ରାଥମିକ ବିଦ୍ୟାଳୟର ଘଟଣା । ଗତକାଲି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ଦିଆଯାଇଥିଲା । ବିଦ୍ୟାଳୟରୁ ଘରକୁ ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଗାଁ ଲୋକେ ତୁରନ୍ତ ସମସ୍ତ ପିଲାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ୩୨ ଜଣ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି । ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି । ବିଦ୍ୟାଳୟର ରନ୍ଧା ଖାଦ୍ୟ ଖାଇ ଛାତ୍ରଛାତ୍ରୀ କାହିଁକି ଅସୁସ୍ଥ ହୋଇପଡିଲେ ? ଘଟଣାର ତଦନ୍ତ ପାଇଁ ଚିତ୍ରକୋଣ୍ଡା ତହସିଲଦାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.