ଅନ୍ୟମାନଙ୍କୁ ଭୋଟ୍ ଦେବା ଶିଖାଉଥିଲେ, ହେଲେ ନିଜଭୋଟ୍ ଠିକ୍‌ରେ ଦେଇପାରିଲେନି : କେବଳ ଭଦ୍ରକ ଲୋକସଭା ପାଇଁ ଆସିଥିବା ପୋଷ୍ଟାଲ ଭୋଟ୍ ମଧ୍ୟରୁ ୩୫ ପ୍ରତିଶତ ହୋଇଛି ନାକଚ

Published By : Prameya-News7 Bureau | May 30, 2019 IST

ଭଦ୍ରକ (ସର୍ବେଶ୍ବର ନାଥ) ୩୦|୫: ସେମାନେ ନିର୍ବ।ଚନ ପରିଚାଳନା କରୁଥିଲେ, ଆଉ ଲୋକଙ୍କୁ ବି ବୁଝାଉଥିଲେ କେମିତି ଭୋଟ୍ ଦିଆଯିବ । ତେବେ ସେମାନଙ୍କୁ ଜଣା ନଥିଲା - ନିଜ ଭୋଟ୍ ନିଜେ କେମିତି ଦେବେ । ଆମେ କହୁଛୁ ସେହି ସରକାରୀ କର୍ମଚାରୀ ଓ ଶିକ୍ଷକ ମାନଙ୍କ କଥା - ପୋଷ୍ଟାଲ ଭୋଟ୍ କଥା । ଭଦ୍ରକ ସଂସଦୀୟ କ୍ଷେତ୍ରରେ ୩୫ ପ୍ରତିଶତ ପୋଷ୍ଟାଲ ଭୋଟ୍ ନାକଚ ହୋଇଯାଇଛି । ଶିକ୍ଷିତମାନଙ୍କ ଭୋଟ୍ ଏତେ ପରିମାଣରେ ନାକଚ ହେବା, ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । 

{"id":117554}

ଭଦ୍ରକ ସଂସଦୀୟ କ୍ଷେତ୍ର ନିର୍ବ।ଚନରେ ଏଥର ଆସିଥିଲା ୮୧୭୧ଟି ପୋଷ୍ଟାଲ ଭୋଟ୍ । ଆଉ ସେଥି ମଧ୍ୟରୁ କାଏମ ରହିଛି ୫୨୮୧ଟି ଭୋଟ୍ । ୨୮୯୦ ଭୋଟ୍ ନାକଚ ହୋଇଗଲା । ଅର୍ଥ।ତ୍ ୩୫ ପ୍ରତିଶତ ଭୋଟ୍ ରିଜେକ୍ଟ । ଇଏତ ଥିଲା ସାଂସଦ ଭୋଟ୍, ସେହିପରି ପ୍ରତିଟି ବିଧାନସଭା ନିର୍ବ।ଚନ ପାଇଁ ଆସିଥିବା ପୋଷ୍ଟାଲ ଭୋଟ୍ ଏହି ହାରରେ ବି ରିଜେକ୍ଟ ହୋଇଛି । ନିର୍ବ।ଚନ ପରିଚାଳନା କରୁଥିବା କର୍ମଚାରୀମାନେ ଦେଇଥିଲେ ଏହି ଭୋଟ୍ । ଆଉ ସେମାନେ ଭୋଟିଂ ପାଇଁ ଅନେକ ଟ୍ରେନିଂ ନେଇଥିଲେ । ତେବେ ଶେଷରେ ନିଜ ଭୋଟ୍ ନାକଚ ହୋଇଗଲା । 

{"id":117557}

ଶିକ୍ଷିତ ଓ ସଚେତନ ଭୋଟରଙ୍କ ଭୋଟ୍ ଏତେ ପରିମାଣରେ ନାକଚ ହେବା, କତେଦୂର ସମିଚୀନ । ତେବେ ପୋଷ୍ଟାଲ ଭୋଟ୍ କାହିଁକି ରିଜେକ୍ଟ ହେଲା- କାରଣ ଥିଲା ଏମିତି -

୧- ବ୍ୟାଲେଟରେ ଭୋଟ୍ ଦେବା ବେଳେ ୧୩ ଏ ଫର୍ମରେ ଲେଖାଯାଇଥିବା ସିରିଏଲ ନମ୍ବରକୁ ୧୩ ବି ଫର୍ମରେ ଲେଖି ନଥିଲେ । 

୨- ସେମାନଙ୍କ ୧୩ ଏ ଫର୍ମକୁ  କୌଣସି ଗେଜେଟେଡ ଅଫିସର ଆଟେଷ୍ଟେଡ କରି ନଥିଲେ ।

୩- ବ୍ୟାଲେଟରେ ଭୋଟ୍ ଦେଇସାରି ୧୩ଏ ଖୋଳ ଭିତରେ ନିଜର ଘୋଷଣାନାମା ଦେଇ ନଥିଲେ । 

{"id":117556}

ମୁଖ୍ୟତଃ ଏହି ତିନିଟି କାରଣରୁ ଭଦ୍ରକରେ ୨୮୯୦ଟି ଭୋଟ୍ ନାକଚ ହୋଇଗଲା । ଏଥର କଡା ଫାଇଟରେ ଏତେ ପରିମାଣର ପୋଷ୍ଟାଲ ଭୋଟ୍ ରିଜେକ୍ଟ ହେବା ଗଣତନ୍ତ୍ର ପାଇଁ ନିଶ୍ଚୟ ବଡ ଚିନ୍ତାର ବିଷୟ ନିଶ୍ଚୟ । 

{"id":117558}

୨୦୧୪ ନିର୍ବ।ଚନ ତୁଳନାରେ ଏଥର ପୋଷ୍ଟାଲ ଭୋଟ୍ ସଂଖ୍ୟା ଚାରିଗୁଣ ବଢିଛି । ନାକଚ ହୋଇଛି ୩୫ ପ୍ରତିଶତ । ତବେ ଏହି ଭୁଲ୍ ପାଇଁ କେବଳ କର୍ମଚାରୀଙ୍କ ଖିଆଲି ମନୋଭାବ ଯେତିକି ପରିମାଣରେ ଦାୟୀ , ଆଉ ଦାୟିତ୍ବରେ ଥିବା ବଡ ବଡ ସରକାରୀ ବାବୁମାନେ ବି ସମ ପରିମାଣରେ ଦାୟୀ । ଆଉ ଏଭଳି ଭୁଲ ଭବିଷ୍ୟତରେ ଯେପରି ନହେବ ସେଥିପାଇଁ ସମସ୍ତେ ସଚେତନ ହେବା ଉଚିତ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.