ତେଲେଙ୍ଗାନାରେ ଫସିଛନ୍ତି ୩୫ ଦାଦନ ଶ୍ରମିକ, ଉଦ୍ଧାର କରିବାକୁ ଭିଡିଓ ମାଧ୍ୟମରେ କଲେ ଅନୁରୋଧ

Published By : Prameya-News7 Bureau | February 26, 2020 IST

ପଦ୍ମପୁର ୨୬।୨: ତେଲେଙ୍ଗନାରେ ଫସିଛନ୍ତି ଦାଦନ ଶ୍ରମିକ । ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଖାଇବାକୁ ଦେଉନଥିବା ବେଳେ ଘରକୁ ଯିବାକୁ କହିଲେ ମିଳୁଛି ମାଡ । ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ଫସିରହିଥିବା ୩୫ ଶ୍ରମିକ ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ୍ ଯୋଗରନ୍ଦ୍ରନାଥପୁର ଗ୍ରାମର ୩୫ ଜଣ ଶ୍ରମିକ କାମ କରିବାକୁ ଗତ ବର୍ଷ ଡିସେମ୍ବର ମାସରେ ତେଲେଙ୍ଗାନା ଯାଉଥିଲେ । ତେଲେଙ୍ଗାନା ପାଇଦାପାଳି ଜିଲ୍ଲା ପାଣ୍ଡୁଲ୍ଲାପଲ୍ଲୀ ଗ୍ରାମରେ କିଛି ଦିନ କାମ କରିବା ପରେ ଆରମ୍ଭ ହୋଇଥିଲା ଠିକାଦାରଙ୍କ ଜୁଲମ । ଭଲରେ ଖାଇବାକୁ ଦେଉନଥିବା ବେଳେ ଘରକୁ ଯିବାକୁ କହିଲେ ମାଡ ମାରୁଛନ୍ତି । ଶ୍ରମିକଙ୍କ ୧୧ଜଣ ଜଣ ଶିଶୁ ଅଛନ୍ତି ।

ପରିବାର ତଥା ଗାଁ ଲୋକ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମାଲିକ ମାଡ ମାରୁଥିବା ଅଭିଯୋଗ କରିଛନ୍ତି । ତେଣୁ ଏହି ଦାଦନ ଶ୍ରମିକ ନିଛାଟିଆ ସ୍ଥାନରେ ଭିଡିଓ କରି ପଠାଇଛନ୍ତି । ଓଡ଼ିଶା ସରକାରଙ୍କୁ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.