ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ସହାୟତାର ହାତ ବଢ଼ାଇଲେ ୩୫ମୁସଲିମ୍ ପରିବାର : ଦାନ କଲେ ୩ଲକ୍ଷ ଟଙ୍କା

Published By : Prameya-News7 Bureau | March 06, 2020 IST

ଚେନ୍ନାଇ ୬/୩: ତାମିଲନାଡ଼ୁର ପରାଇ ପଟ୍ଟି ଗାଁରେ ଅମ୍ବାଜୀ ମନ୍ଦିରର ପୁନଃରୁଦ୍ଧାର ପାଇଁ ଗୁଜୁରାଟରେ ପୂର୍ବରୁ ରହୁଥିବା ୩୫ମୁସଲିମ୍ ପରିବାର ୩ଲକ୍ଷ ଟଙ୍କା ଠୁଳ କରିଥିଲେ।

 ୩୫ବର୍ଷ ବୟସ୍କ ଅବଦୁଲଖୁଦା ସଇଦ ନିଜ ଭାଇମାନଙ୍କ ସହ ୨୫ବର୍ଷ ତଳେ ଗୁଜୁରାଟକୁ ଆସିଥିଲେ। ବଲସାଦ ଏବଂ ଭରୁଚରେ କିଛି ବର୍ଷ କାମ କରିବା ପରେ ସେମାନେ ପିରାମନ ଗାଁରେ ରହିଥିଲେ। ତାଙ୍କ ଭାଇଙ୍କ ପରିବାର ସୁରତ,ବଲସାଦ,ଭାରୁଚ,ମେହସାଣା ଏବଂ ଅଙ୍କଲେଶ୍ବର ଜିଲ୍ଲାରେ ରହିଛନ୍ତି।

କିଛି ଦିନ ତଳେ ସଇଦଙ୍କ ବନ୍ଧୁ ଏବଂ ସହପାଠୀ ଅମ୍ବାଜୀ ମନ୍ଦିରର ପୂଜାରୀ ବିଜୟ କୁମାର ତାଙ୍କୁ ଫୋନ୍ କରି ସହାୟତା ମାଗିଥିଲେ। ସଇଦ ରାଜି ହେବାରୁ ବିଜୟ ତାଙ୍କର ୨ଜଣ ସାଙ୍ଗ,ଟି ରାମକୃଷ୍ଣନ୍ ଏବଂ ମୁତ୍ତୁ ପଣ୍ଡିଙ୍କ ସହ ପିରାମନ ଗାଁକୁ ଆସିଥିଲେ।

ସଇଦ ନିଜ ଗାଁର ୩୫ ମୁସଲିମ୍ ପରିବାର ସହ ଯୋଗାଯୋଗ କରିଥିଲେ ଏବଂ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ କହିଥିଲେ। ସଇଦ କହିଥିଲେ ଯେ,‘ ୩ଲକ୍ଷ ଟଙ୍କା ମଧ୍ୟରେ ସେ ଏବଂ ତାଙ୍କ ଭାଇମାନେ ୭୬ହଜାର ଟଙ୍କା ଦେଇଥିଲେ। ଏପରି କାମ ପାଇଁ ସେ ପ୍ରଥମ ଥର ଦାନ କରି ନାହାନ୍ତି। ଦୁଇ ବର୍ଷ ତଳେ ସେ ତାଙ୍କ ଗାଁରେ ଗଣେଶ ମନ୍ଦିର ନିର୍ମାଣ କରିବା ପାଇଁ ୨ଲକ୍ଷ ଟଙ୍କା ଏକାଠି କରିଥିଲେ। ନିଜ ଗାଁ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କ କର୍ତ୍ତବ୍ୟ ବୋଲି ସଇଦ କହିଥିଲେ।

ଅମ୍ବାଜୀ ମନ୍ଦିରର ପୂଜାରୀ କହିଥିଲେ ଯେ,ଏହି ମନ୍ଦିର ଅତ୍ୟନ୍ତ ପୁରୁଣା ମନ୍ଦିର। ଏହାର ଢ଼ାଞ୍ଚା ଦୁର୍ବଳ ହୋଇଯାଇଥିବାରୁ ସେମାନେ ଏହାକୁ ଭାଙ୍ଗି ଦେଇଥିଲେ। ପୁଣି ଥରେ ନିର୍ମାଣ କରିବା ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତାଙ୍କ ଗାଁ ଲୋକେ ଏବଂ ଆଖପାଖ ଲୋକେ ଟଙ୍କା ଏକାଠି କରି ଦେଇଥିଲେ। ସେ କହିଥିଲେ ଯେ ସଇଦ ସହାୟତା କରିବାକୁ ଖୁସିମନରେ ପ୍ରସ୍ତୁତ ଥିଲେ। ସେ ମୁମ୍ବାଇ ଲୋକଙ୍କୁ ମଧ୍ୟ ସହାୟତା ଲୋଡ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.