Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟାଙ୍କରୁ ୩୪ଲକ୍ଷ ଟଙ୍କା ଚଳୁ : ATMରେ ଲୋଡ୍ ପାଇଁ ନେଇଥିଲା, କିନ୍ତୁ ଲୋଡ୍ କରିନି ଏଜେନ୍ସି

26/06/2021 at 10:14 AM

ରାଉରକେଲା ୨୬।୬: ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଚଳୁ । ଏଟିଏମରେ ଲୋଡ୍ ପାଇଁ ଯାଇଥିବା ଟଙ୍କା ହୋଇଗଲା ଉଭାନ । ଏଭଳି ଘଟଣା ଘଟିଛି ରାଉରକେଲା ସେକ୍ଟର-୧୯ ସ୍ଥିତ ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ । ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରାଉରକେଲା ସ୍ଥିତ ସେକ୍ଟର୧୯ ବ୍ୟାଙ୍କ ଅଫ୍ ବରୋଦାରୁ ୩୪ ଲକ୍ଷ ଟଙ୍କା ଚଳୁ ହୋଇଛି । ପାନ୍ଥ ନିବାସ ନିକଟ ଏଟିଏମରେ ଲୋଡ୍ ପାଇଁ ବ୍ୟାଙ୍କ୍ ରୁ ଯାଇଥିବା ୩୪ ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ରଏଟର ନାମକ ଏଜେନ୍ସି ଟଙ୍କା ଲୋଡ୍ ପାଇଁ ଦାୟିତ୍ବ ନେଇଛି । ତେବେ ଏହି ଟଙ୍କା ଏଟିଏମରେ ଲୋଡ୍ ପାଇଁ ବ୍ୟାଙ୍କରୁ ଯାଇଥିବା ବେଳେ ଏଜେନ୍ସି ପକ୍ଷରୁ ଏହା ଲୋଡ୍ କରାଯାଇନାହିଁ ।  ଅଡିଡରେ ଏହା ଧରାପଡିବା ପରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

   Related Posts