ଚୋରା ଚାଲାଣ ବେଳେ ୩୫ କେଜି ଗଂଜେଇ ଜବତ ; ୨ ଗିରଫ
13/06/2018 at 6:54 AM

କନ୍ଧମାଳ ଫିରିଙ୍ଗିଆ ଥାନା କୁଡୁକି ଛକରୁ ବିପୁଳ ପରିମାଣର ଗଂଜେଇ ଜବତ କରିଛି ପୋଲିସ | ଚୋରା ଚାଲାଣ ବେଳେ ୩୫ କେଜି ଗଂଜେଇ ଜବତ କରିଛି ପୋଲିସ | ୨ ଗଂଜେଇ ମାଫିଆଙ୍କୁ ଗିରଫ କରିବା ସହ ନଗଦ ୬୦୭୦୦ ଟଙ୍କା ଓ ଗୋଟିଏ ସ୍କୋର୍ପିଓ ଗାଡି ଜବତ ହୋଇଛି | ଆଜି ଭୋରରୁ ଫିରିଙ୍ଗିଆରୁ ପଶ୍ଚିମବଙ୍ଗ ମେଦିନୀପୁରକୁ ଗଂଜେଇ ଚାଲାଣ ହଉଥିଲା |