Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରାତିରେ ରାସ୍ତା ପାର ହେଉଥିଲେ ଛେଳିଗୋଠ, ମାଡ଼ିଗଲା ହାଇୱା, ୩୫ରୁ ଉର୍ଦ୍ଧ୍ୱ ଛେଳି ମୃତ

23/09/2021 at 5:21 PM

ଓଡ଼ଗାଁ, ୨୩/୦୯: ହାଇୱା ଧକ୍କାରେ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଛେଳି ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଓଡ଼ଗାଁ- ବାହାଡାଝୋଲା ରାସ୍ତାରେ ଘଟିଥିବା ଜଣାପଡ଼ିଛି । ବିଳମ୍ୱିତ ରାତିରେ ଗୌଡ଼ପୁଟ ଗୋଲାସାହିର ସୁବାସ ପାତ୍ର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଛେଳି ଗୋଠ ଧରି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଓଡ଼ି ୨୫ ଜି ୭୨୯୨ ନମ୍ୱର ବିଶିଷ୍ଟ ଏକ ହାଇୱା ଗାଡି ଛେଳି ଗୋଠ ଉପରେ ଚଢ଼ି ଯାଇଥିଲା ।ଯାହା ଫଳରେ ଘଟଣାସ୍ଥଳରେ ୩୫ରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଛେଳି ଗୁରୁତର ଭାବେ ଆହତ ମଧ୍ୟ ହେଇଛନ୍ତି ।

ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ହାଇୱାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଛେଳି ପାଳିଥିବା ଲୋକ ଗରିବ ଶ୍ରେଣୀର ହୋଇଥିବାରୁ କ୍ଷତିପୂରଣ ସେମାନେ ଦାବି କରିଛନ୍ତି ।

   Related Posts