Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ରକୂଳରୁ ୩୫ ଫୁଟ ତିମି ଉଦ୍ଧାର

29/06/2020 at 6:07 PM

କୋଲକାତା ୨୯/୦୬ : ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ରକୂଳରେ ପଡିଛି ୩୫ ଫୁଟ ଲମ୍ବ ତିମି | କୋଲକାତାରୁ ୧୫୦ କିମି ଦୂର ମନ୍ଦାରମଣି ଅଞ୍ଚଳରେ ଏହିଭଳି ଏକ ଘଟଣା ପ୍ରଥମଥର ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି | ତିମିଟି ରକ୍ତାକ୍ତ ଅବସ୍ଥାରେ ସମୁଦ୍ରକୂଳରେ ପଡିରହିଥିଲା | ତିମିକୁ ଦେଖିବାକୁ ସମୁଦ୍ରକୂଳରେ ଲୋକଙ୍କ ଭିଡ ଜମିଥିଲା |

ଖବର ପାଇ ପୂର୍ବ ମେଦିନୀପୁର ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ | ବନ୍ୟ ବିଭାଗ ଏବଂ ମତ୍ସ୍ୟ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ | ତେବେ ତିମିଟି କିଭଳି ରକ୍ତାକ୍ତ ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ତିମି ଶରୀରରେ କ୍ଷତ ଚିହ୍ନ ରହିଛି | ସେ କିଭଳି କେଉଁଠାରେ ଆହତ ହୋଇଛି ତାହା ଜଣାପଡିନାହିଁ |

ମନ୍ଦାରମଣି ସମୁଦ୍ରକୂଳ ପଶ୍ଚିମବଙ୍ଗର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ | ଏହା ଦିଘା ନିକଟବର୍ତ୍ତୀ ରହିଛି ଯାହା ପଶ୍ଚିମବଙ୍ଗର ଆଉ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ | ବର୍ତ୍ତମାନ କରୋନା ଭାଇରସ ଓ ଲକଡାଉନ ଯୋଗୁଁ ଉଭୟ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି |

   Related Posts